ବାଲୁଗାଁ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଅଗ୍ରଣୀ ନାଟ୍ୟସଂସ୍ଥା ପଲ୍ଲବୀ ନାଟ୍ୟକଳା ପରିଷଦ, ଘିଅଖଲା ମଠପୁର, ବାଲୁଗାଁ, ଖୋର୍ଦ୍ଧାର ଚଳିତ ବର୍ଷର ନୂତନ ନାଟକ ପାଣ୍ଡୁଲିପି ‘ମୋତେ ବଞ୍ଚିବାକୁ ଦିଅ’ର ପୂଜା ଉତ୍ସବ ଐତିହାସିକ ଶ୍ରୀ ଶ୍ରୀ କଳିଯୁଗେଶ୍ୱର ଦେବଙ୍କ ପୀଠରେ ଅନୁଷ୍ଠିତ ହୋଇ ଯାଇଛି । ନାଟ୍ୟକାର ଅଶୋକ କୁମାର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଧେଶିତ ଏହି ନାଟକ ଟି ଆଗାମୀ ୨୯ତମ ବିଶ୍ୱ ନାଟ୍ୟମେଳା ଉତ୍ସବ ୨୦୨୭ରେ କଟକ କଳାବିକାଶ କେନ୍ଦ୍ର ଠାରେ ପ୍ରଦର୍ଶିତ ହେବ ।

ଏହି ଉତ୍ସବରେ ଅନୁଷ୍ଠାନର ଉପଦେଷ୍ଟା ପ୍ରାକ୍ତନ ଚିଲିକା ଏ. ବି. ଇ. ଓ. ଶ୍ରୀଯୁକ୍ତ କଣ୍ଡୁରୀ ଚରଣ ପ୍ରଧାନ, ସଭାପତି ପୃଥ୍ୱୀଧର ପ୍ରଧାନ, ନାଟ୍ୟକାର ଅଶୋକ କୁମାର ପ୍ରଧାନଙ୍କ ସମେତ ସମସ୍ତ ଶିଶୁ କଳାକାର ମାନେ ଉପସ୍ଥିତ ରହି ନାଟକର ସଫଳତା ପାଇଁ ବାବା ଶ୍ରୀ ଶ୍ରୀ କଳିଯୁଗେଶ୍ୱର ଦେବଙ୍କ ନିକଟରେ ନିବେଦନ କରିଥିଲେ ।














