ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ଗଞ୍ଜାମ :- ରମ୍ଭା ଅଞ୍ଚଳର ଦୁଇ ସମାଜସେବୀ ପଞ୍ଚାନନ ଖଟୁଆ ଓ ଶେଷଦେଵ ବେହେରାଙ୍କୁ ଓଡ଼ିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଯୁଗ୍ମ ସମ୍ପାଦକ ଶ୍ରୀ ସୁଜିତ କୁମାର ବେହେରା ଦୁଇ ସମାଜସେବୀଙ୍କ କାର୍ଯ୍ୟକୁ ଦେଖି ଦୃଢ଼ ପ୍ରଶଂସା ଜଣାଇଛନ୍ତି । କରୋନା ମହାମାରୀ ଭଳି ବିପଦପୂର୍ଣ୍ଣ ସଂକଟରେ ଦେବଦୂତ ସାଜି ନିଜେ ଏବଂ ବିଭିନ୍ନ ଆନୁଷ୍ଠାନିକ ସଂଗଠନ ସହ ଜଡ଼ିତ ହୋଇ କି ଖରା କି ବର୍ଷା ଖାତିର ନକରି ପ୍ରବାସୀମାନଙ୍କୁ ଶୁଖିଲା ଖାଦ୍ୟ,ପାଣି ବଣ୍ଟନ କରିବାରେ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କରୋନା ମହାମାରୀକୁ ରୋକିବା ପାଇଁ ଗାଁ ଗାଁ ବୁଲି ମାସ୍କ ବାଣ୍ଟି, ସଚେତନତା କରିବା କାର୍ଯ୍ୟ ନିଆରା ଥିଲା । ଖାଲି ସେତିକି ନୁହେଁ କରୋନା ସଂକଟ ସମୟରେ ବୁଲା ଗାଈଗୁରୁଙ୍କୁ ମଧ୍ୟ ପାଳ,କୁଣ୍ଡା ଯୋଗାଇଥିଲେ ।
ପରେ ପରେ ଅନ୍ୟ କରୋନା ଯୋଦ୍ଧାମାନଙ୍କୁ ନିଜର ସଂଗଠନ ଗାୟତ୍ରୀ ପରିବାର ହେଉ କିମ୍ବା ବାଇବିନ ବାବା ସାହିତ୍ୟ ସଂସ୍କୃତି ପରିଷଦ ହେଉ କିମ୍ବା ବିଭିନ୍ନ ଆନୁଷ୍ଠାନିକ ସଂଗଠନ ମାଧ୍ୟମରେ ମାନପତ୍ର,ଉପଢୌକନ ଦେଇ ସମ୍ମାନିତ କରି ଉତ୍ସାହିତ କରିଥିଲେ ।ଯାହାଫଳରେ ଅନ୍ୟ କରୋନା ଯୋଦ୍ଧାମାନେ ଆଗ୍ରହର ସହ ଏଭଳି ସଂକଟରେ ଆହୁରି ଅଧିକା ଜନସାଧାରଣଙ୍କୁ ସାହାର୍ଯ୍ୟ କରିବେ ।ଏଭଳି ସାମାଜିକ କାର୍ଯ୍ୟ ପ୍ରତ୍ୟେକ ଦିନ ଜାରି ରଖିଛନ୍ତି । ବାସ୍ତବରେ କହିବାକୁ ଗଲେ ରମ୍ଭା ଅଞ୍ଚଳର ସମାଜସେବୀ ପଞ୍ଚାନନ ଖଟୁଆ ବୃତ୍ତିରେ ଜଣେ ସରକାରୀ କର୍ମଚାରୀ,ଶେଷଦେଵ ବେହେରା ଜଣେ ଶିକ୍ଷକ । ଟିକେ ସମୟ ମିଳିଲେ ସାମାଜିକ କାମରେ ଲାଗି ଯାଉଥିବାରୁ ଆଜି ଶ୍ରୀ ବେହେରା ଦୃଢ଼ ପ୍ରଶଂସା ଜଣାଇବା ସହ ଆହୁରି ଆଗେଇ ଯିବା ପାଇଁ ସେମାନଙ୍କ ପାଇଁ ଭଗବାନଙ୍କ ନିକଟରେ ମଙ୍ଗଳ କାମନା କରିଛନ୍ତି ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )