ବାଲିଗୁଡ଼ା (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଖଣ୍ଡ ବୈଠକ କକ୍ଷ ଠାରେ ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟି ର ସଭାପତି ଶ୍ରୀମତୀ ପ୍ରଣିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ ବାଲିଗୁଡ଼ା ମିନି ଷ୍ଟାଡିୟମ ଠାରେ ଆୟୋଜନ କରାଯିବ। ଉକ୍ତ ଦିନ ପ୍ରତ୍ୟୁଷ ୫ ଘଟିକା ରେ ଡାକବାଜି ଯନ୍ତ୍ର ଦ୍ୱାରା ସମଗ୍ର ସହରରେ ରାମଧୁନ ପରିବେଷଣ କରାଯିବ ।















