ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ଗଞ୍ଜାମ :- ଗଞ୍ଜାମ ଜିଲ୍ଲାକୁ କୋରୋନା ମୁକ୍ତ ଜିଲ୍ଲା କରିବା ନିମନ୍ତେ ଜିଲ୍ଲାରେ ଜାରି ରହିଛି କୋଭିଡ ସପ୍ତାହ । କୋଭିଡ ସପ୍ତାହ ଅବସରରେ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ମାଧ୍ୟମରେ ସଚେତନ କରାଯାଉଛି । ଆଜି ହେଉଛି ଏହି ସପ୍ତାହର ଅନ୍ତିମ ଦିବସ । ଏଥିପାଇଁ ପୁରୁଷୋତ୍ତମ ପୁର ବ୍ଳକ ଓ ଏନଏସି ପକ୍ଷରୁ କୋଭିଡ ସପ୍ତାହ ପାଳନ କରାଯାଇଛି । ସ୍ଥାନୀୟ ବିଡିଓଙ୍କ ନେତୃତ୍ୱରେ କୋଭିଡ ସପ୍ତାହ ଅବସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ
ହୋଇଥିଲା । ଏହାପରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବ୍ଲକର ସମସ୍ତ କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀଙ୍କ ସମେତ କିଛି ଗ୍ରାମବାସୀ ସାମିଲ ହୋଇଥିଲେ। ଶୋଭାଯାତ୍ରା ମାଧ୍ୟମରେ ସମସ୍ତ କର୍ମଚାରୀ ମାନେ ସାମାଜିକ ଦୂରତା ରକ୍ଷା କରିବା, ନିୟମିତ ଭାବେ ମାସ୍କ ପିନ୍ଧିବା ଓ କୋରୋନା ନିୟମକୁ ପାଳନ କରିବା ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ । ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )














