ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :-  ଆଷାଢ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ତିନିରଥର ଦକ୍ଷିଣମୋଡ କରଯାଇଥିଲା । ସକାଳଧୂପ ନୀତି ଶେଷ ହେବା ପରେ ଅପରାହ୍ନ ୩ଟା୧୦ ମିନିଟରେ ତିନିରଥର ଆଜ୍ଞାମାଳକୁ ତିନିଜଣ ପାଳିଆ ପୂଜାପଣ୍ଡା ହାତରେ ଧରି ଘଣ୍ଟ ଛତା ଓ କାହାଳୀ ସହ ତିନିରଥରେ ଆଜ୍ଞାମାଳ ପ୍ରଦାନ କରିଥିଲେ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଠାରୁ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ପ୍ରଥମେ ଟଣା ଯାଇ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଠାରେ ଲାଗିଥିଲା ।

ପ୍ରବଳ ବର୍ଷା ଯୋଗୁ ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଅଳ୍ପ ବାଟ ଟଣା ଯିବାପରେ ସ୍ଥଗିତ ରଖାଯାଇଥିଲା । ନନ୍ଦିଘୋଷ ରଥ ଅଳ୍ପ ଟଣା ଯାଇଥଲା। ଆସନ୍ତାକାଲି ଦୁଇରଥ ନାକଚଣା ଦ୍ବାରରେ ଲାଗିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ୍ରେସ ବିଜ୍ଞପ୍ତି ଜଣାଇଛନ୍ତି । ମନ୍ଦିର ଅଧିକାରୀ, କର୍ମଚାରୀ, ରଥ ନିର୍ଦ୍ଦେଶକ ଦଳ ଓ ପୋଲିସ ରଥକୁ ଟାଣିଥିଲେ । ଘଣ୍ଟୁଆଙ୍କ ଘଣ୍ଟ ନାଦ ସହ ଡାହୁକ ବେତ ହଲାଇ ରଥ ଟାଣିବା ନିର୍ଦେଶ ଦେଇଥିଲେ । ଭୋଇ ଓ ମହାରଣା ସେବକ ରଥଟଣାରେ ସାହାଯ୍ଯ କରିଥିଲେ ।