No Result
View All Result
ଋଥ ନିର୍ମାଣର ଚିରନ୍ତନ ପରମ୍ପରାରେ ପ୍ରେରିତ ହୋଇ ଆଶୀର୍ବାଦ ଏକ ତଲ୍ଲିନକାରୀ ସାଂସ୍କୃତିକ ଅନୁଭୂତି ଜରିଆରେ କାରିଗରୀକୁ ସମ୍ମାନ ଜ୍ଞାପନ କଲା
ପୁରୀ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସହିତ ଗଭୀର ଭାବରେ ସଂପୃକ୍ତିକୁ ନିରନ୍ତର ଜାରି ରଖି ଭାରତର ନମ୍ବର ୧ ପ୍ୟାକେଜଡ୍ ଅଟା ବ୍ରାଣ୍ଡ୍ ‘ଆଶୀର୍ବାଦ’, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥର ଅଭିଜ୍ଞ କାରିଗର ‘ବିଶ୍ୱକର୍ମା ମହାରରଣା ସମୁଦାୟ’ ଙ୍କର ଦୀର୍ଘସ୍ଥାୟୀ ପରମ୍ପରାରେ ଅନୁପ୍ରେରିତ ହୋଇ ଏକ ତଲ୍ଲିନକାରୀ ସାଂସ୍କୃତିକ ଅନୁଭୂତିରେ ‘ଗୁଣାତ୍ମକ ପରମ୍ପରା’ କୁ ଉପସ୍ଥାପନ କରୁଛି । ଏହି ଅଭିଯାନ, ଯାହାର ନାମ ‘ଗୁଣାତ୍ମକ ପରମ୍ପରା’ ଭାବରେ ପରିଚିତ ହେଉଛି ତାହା ପିଢି ପରେ ପିଢି କୁଶଳତା, ନିଖୁଣତା ଏବଂ କାରିଗରୀକୁ ପାଳନ କରୁଛି ଏବଂ ସେହି ସମୟରେ ଆଶୀର୍ବାଦର ‘କ୍ୱାଲିଟି କି ଗ୍ୟାରେଣ୍ଟି’ର ପ୍ରତିଶ୍ରୁତି ଜୀବନ୍ତ କରି ଗଢିତୋଳୁଛି ।

ଓଡ଼ିଶାର ଶହ ଶହ ବର୍ଷ ପୁରାତନ ପରମ୍ପରାରେ ମୂଳ ରଖୁଥିବା ଏହି ଅନୁଭୂତି ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣରେ ସଂପୃକ୍ତ ନିଖୁଣ କାରିଗରୀରୁ ପ୍ରେରଣା ଲାଭ କରୁଛି । ପ୍ରତିବର୍ଷ ପରମପୂଜ୍ୟ ରଥଗୁଡିକ ବିଶ୍ୱକର୍ମା ମହାରଣା ସମୁଦାୟଙ୍କ ଦ୍ୱାରା ନିର୍ମାଣ କରାଯାଇଆସୁଛି, ଯାହାଙ୍କର ଉତ୍ସର୍ଗୀକୃତ ଭାବ ଏବଂ ବିଦ୍ୱତ୍ତା ଏହି ପବିତ୍ର ପରମ୍ପରାକୁ ପିଢି ପରେ ପିଢି ସଂରକ୍ଷିତ କରି ରଖିଆସିଛି । କାରିଗରୀ ଏବଂ ଗୁଣବତ୍ତାର ଏହି ଚିରନ୍ତନ ମୂଲ୍ୟବୋଧ ଆଶୀର୍ବାଦର ନିୟୁତାଧିକ ଭାରତୀୟ ପରିବାରଙ୍କୁ ବିଶ୍ୱସନୀୟ ଗୁଣବତ୍ତା ଯୋଗାଇଦେବାର ପ୍ରତିବଦ୍ଧତା ସହିତ ଗଭୀର ଭାବରେ ମେଳ ଖାଉଛି ।
ଏହି ଅନୁଭୂତିର କେନ୍ଦ୍ର ସ୍ଥଳରେ ରହିଛି ରଥ ଚକ ଏବଂ ପାରମ୍ପରିକ ପଥର ଚକ୍କି ମଧ୍ୟରେ ଥିବା ପ୍ରତୀକାତ୍ମକ ସମ୍ପର୍କ । ଗୋଟିଏ ମହାପ୍ରଭୁ ଜଗନ୍ନାଥଙ୍କର ନୈସର୍ଗିକ ଯାତ୍ରାକୁ ବହନ କରୁଥିବାବେଳେ ଅନ୍ୟଟି ଭାରତୀୟ ପରିବାର ଗୁଡିକରେ ଗୁଣାତ୍ମକ ଓ ପରିପୋଷଣ ପ୍ରୟାସକୁ ଦୀର୍ଘକାଳରୁ ପ୍ରତିନିଧିତ୍ୱ କରିଛି । ଏହି ଅନୁଭୂତି ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଥିଲା, ଯିଏ ବିଶ୍ୱକର୍ମା ସମୁଦାୟ, ଭକ୍ତଗଣଙ୍କ ସହିତ ଭାବ ବିନିମୟ କରିଥିଲେ ଏବଂ ତଲ୍ଲିନକାରୀ ସ୍ଥାପନାର ଅନୁଭୂତି ହାସଲ କରିଥିଲେ ।

ନିଜର ଚିନ୍ତାଧାରା ପ୍ରକାଶ କରି ଏଲିନା ସାମନ୍ତରାୟ କହିଥିଲେ, “ଗୁଣବତ୍ତା ପ୍ରତି ନିଜର ଏକନିଷ୍ଠ ପ୍ରତିବଦ୍ଧତା ଜରିଆରେ ସମଗ୍ର ଦେଶରେ ପରିବାରଗୁଡିକର ବିଶ୍ୱାସ ଭାଜନ ହୋଇପାରିଥିବା ଆଶୀର୍ବାଦ ବ୍ରାଣ୍ଡ୍ ସହିତ ସହଯୋଗିତା କରି ମୁଁ ଆନନ୍ଦିତ ଅଛି । ଗୁଣାତ୍ମକ ପରମ୍ପରାର ଅଂଶ ହେବା ଦ୍ୱାରା ଏହି ସହଯୋଗିତା ଅଧିକ ସ୍ୱତନ୍ତ୍ର ହୋଇଛି, କାରଣ ଏହା ଅତ୍ୟନ୍ତ ଚିନ୍ତାଶୀଳ ଭାବରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରୁଛି ଏବଂ ବିଶ୍ୱକର୍ମା ମହାରଣା ସମୁଦାୟଙ୍କର ଉଲ୍ଲେଖନୀୟ କାରିଗରୀକୁ ସମ୍ମାନ ଜଣାଉଛି ।
ଜନସାଧାରଣଙ୍କ ସହିତ ଯୋଡୁଥିବା ଏଭଳି ଏକ ଅର୍ଥପୂର୍ଣ୍ଣ ପରମ୍ପରାର ଅଂଶବିଶେଷ ହେବା ବାସ୍ତବରେ ହୃଦୟସ୍ପର୍ଶୀ ହୋଇଛି ।” ଏହି ପ୍ରୟାସ ସମ୍ପର୍କରେ ମତ ରଖି ଶ୍ରୀ ଅନୁଜ ରୁସ୍ତଗୀ, ଚିଫ ଏକ୍ଜିକୁ୍ୟଟିଭ, ଷ୍ଟାପଲସ୍ ବିଜିନେସ୍ ୟୁନିଟ, ଫୁଡସ୍ ଡିଭିଜନ,ଆଇଟିସି ଲିମିଟେଡ କହିଥିଲେ,“ଆଶୀର୍ବାଦ ସର୍ବଦା ଗୁଣବତ୍ତା, ବିଶ୍ୱାସ ଏବଂ ପରିପୋଷଣ ନିମନ୍ତେ ଛିଡା ହୋଇଛି । ଗୁଣାତ୍ମକ ପରମ୍ପରା ଜରିଆରେ ଆମେ ବିଶ୍ୱକର୍ମା ମହାରଣା ସମୁଦାୟଙ୍କୁ ସମ୍ମାନ ଜଣାଇବା ନେଇ ଗୋରବାନ୍ୱିତ ମନେକରୁଛୁ, ଯେଉଁମାନଙ୍କର ଅନନ୍ୟ କାରିଗରୀ ପିଢି ପରେ ପିଢି ରଥ ନିର୍ମାଣର ପବିତ୍ର ପରମ୍ପରାକୁ ଉଜ୍ଜୀବିତ କରି ରଖିଆସିଛି ।
ଗୁଣବତ୍ତା ପ୍ରତି ସେମାନଙ୍କର ଏକନିଷ୍ଠ ପ୍ରତିବଦ୍ଧତାରେ ଅନୁପ୍ରେରିତ ହୋଇ ଏହି ପ୍ରୟାସ ଐତିହ୍ୟ, କାରିଗରୀ ଓ ବିଶ୍ୱାସକୁ ପାଳନ କରୁଥିବା ଏକ ତଲ୍ଲିନକାରୀ ସାଂସ୍କୃତିକ ଅନୁଭୂତି ଜରିଆରେ ‘କ୍ୱାଲିଟି କି ଗ୍ୟାରେଣ୍ଟି’ର ପ୍ରତିଶ୍ରୁତିକୁ ଜୀବନ୍ତ କରି ଗଢିତୋଳୁଛି ।”ଏହି ଅନୁଭୂତି ଏକ ୩୬୦- ଡିଗ୍ରୀ ହେମିସ୍ପିୟରିକ ପ୍ରୋଜେକ୍ସନ ଡୋମ୍ ଜରିଆରେ ଉନ୍ମୋଚିତ ହେଉଛି, ଯାହା ଭକ୍ତମାନଙ୍କୁ ରଥ ନିର୍ମାଣର ଯାତ୍ରା ଏବଂ ଏହା ପଛରେ ଥିବା କାରିଗରମାନଙ୍କ କଥାରେ ଆଗକୁ ନେଇଯାଉଛି ।
ପରିଦର୍ଶକମାନେ ‘ଗୁଣାତ୍ମକ ପରମ୍ପରା’ ଜରିଆରେ ମହାପ୍ରଭୁ ଜଗନ୍ନାଥଙ୍କର କରୁଣାଶୀଳ ଚକ୍ଷୁକୁ ଅବଲୋକନ କରିବା ଏବଂ ତାହାସହିତ ‘ଜୟ ଜଗନ୍ନାଥ’ ଧ୍ୱନି ଶ୍ରବଣ କରିବାର ନୈସର୍ଗିକ ଦୃଶ୍ୟଗତ ବିଷୟକୁ ଲକ୍ଷ୍ୟ କରିବା ପୂର୍ବରୁ ପ୍ରତୀକାତ୍ମକ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ସୃଷ୍ଟି କ୍ଷେତ୍ରରେ ପ୍ରତୀକାତ୍ମକ ଅବଦାନ ରଖୁଛନ୍ତି ।
ଆଶୀର୍ବାଦ ବିଶ୍ୱକର୍ମା ମହାରଣା ସମୁଦାୟଙ୍କୁ ସମ୍ମାନ ଜଣାଇ ଏବଂ ରଥ ନିର୍ମାଣର କେନ୍ଦ୍ରସ୍ଥଳରେ ଥିବା ଦୀର୍ଘସ୍ଥାୟୀ ଗୁଣାତ୍ମକ ପରମ୍ପରାକୁ ପାଳନ କରି ଓଡ଼ିଶା ସହିତ ଏହାର ଦୀର୍ଘକାଳୀନ ସଂଯୋଗକୁ ପୁନଃ ସୁଦୃଢୀକରଣ କରୁଛି ।

No Result
View All Result