ସର୍ବଭାରତୀୟ ରାଙ୍କରେ ୨ହଜାର ୧୨ଜଣ
୬ଶହରୁ ଊର୍ଦ୍ଧ୍ୱ ୧୦୪ ଓ ୫୫୦ରୁ ଉର୍ଦ୍ଧ୍ୱ ନମ୍ବର ରଖିଲେ ୨୮୫ଜଣ
ଯାଜପୁର ଜିଲା (ଓଡିଶା ତାଜାନ୍ୟୁଜ୍) କୋରାଇ :- ଯାଜପୁର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ କୋରାଇ ବ୍ଲକ ତଣ୍ଡରା ସ୍ଥିତ ‘ପ୍ରୟାସ କ୍ଲାସେସ୍’ ଏକ ‘ଡକ୍ତାର ତିଆରି କରଖାନା’ ଭାବେ ଓଡ଼ିଶା ସମେତ ରାଜ୍ୟ ବାହାରେ ସୁକ୍ଷାତି ଅର୍ଜ୍ଜନ କରିଛି । ଚଳିତ ବର୍ଷ ସର୍ବଭାରତୀୟ ଡାକ୍ତରୀ ଶିକ୍ଷାର ପ୍ରବେଶିକା୨୦୨୬ (ନିଟ୍)ପରୀକ୍ଷା ଫଳ ପ୍ରକାଶ ପାଇଛି ।
ପ୍ରୟାସ ପକ୍ଷରୁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମଧ୍ୟରୁ ୨୮୫ଜଣ ମୋଟ ୭୨୦ନମ୍ବରରୁ ୫୫୦ରୁ ଊର୍ଦ୍ଧ୍ୱ ନମ୍ବର ରଖି ପ୍ରୟାସ ପାଇଁ ସଫଳତା ଆଣିଛନ୍ତି । ଏଥି ମଧ୍ୟରୁ ୬୨୦ ନମ୍ବର ମଧରେ ୪୦ଜଣ, ୬୦୦ନମ୍ବର୧୦୪ଜଣ ଓ ୫୬୦ନମ୍ବର ୨୨୫ଜଣ ଅଛନ୍ତି । ଏଥି ସହିତ ଜୀବନଜ୍ୟୋତି ରଥ ସର୍ବାଧିବ ୬୬୬ନମ୍ବର ରଖି ସର୍ବଭାରତୀୟ ରାଙ୍କ-୬୩୦ରେ ରହି ଅନୁଷ୍ଠାନର ଟପ୍ପର ହୋଇଛନ୍ତି ।
୬ଜଣ ୬୫୦ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ବେଳେ ଅନୁଷ୍ଠାନର ଦ୍ୱିତୀୟ ସ୍ଥାନରେଥିବା ଅନିରୁଦ୍ଧ ଦେ(୬୬୧) ସର୍ବଭାରତୀୟ ରାଙ୍କ ୮୨୪, ତୃତୀୟରେ ସ୍ଥାନରେ ଥିବା ତନିସା କୁମାର ଦାସ(୬୬୦)ସର୍ବଭାରତୀୟ ରାଙ୍କ ୮୮୭, ଚତୁର୍ଥ ସ୍ଥନାରେ ଥିବା ଆଶିଷ କୁମାର(୬୫୭) ସର୍ବଭାରତୀୟ ରାଙ୍କ ୧୦୩୩, ପଂଚମ ସ୍ଥାନରେ ଥିବା ଆଲ୍ଫା ଅମ୍ଳାନ ସାମଲ(୬୫୩)
ସର୍ବଭାରତୀୟ ରାଙ୍କ୧୨୪୧ ଓ ୬ଷ୍ଠ ସ୍ଥାନରେ ଥିବା ଉଦିତ ନାରାୟଣ ବେହେରା (୬୫୩) ସର୍ବଭାରତୀୟ ରାଙ୍କ ୧୨୭୪ରେ ଅଛନ୍ତି । ଅନ୍ୟପକ୍ଷରେ ସର୍ବଭାରତୀୟ ରାଙ୍କ ୨୦୦୦ମଧ୍ୟରେ ୧୨ଜଣ, ସର୍ବଭାରତୀୟ ରାଙ୍କ ୫୦୦୦ମଧ୍ୟରେ ୪୬ଜଣ, ସର୍ବଭାରତୀୟ ରାଙ୍କ୧୦,୦୦୦ମଧ୍ୟରେ ୧୦୨ଜଣ ଓ ୩୩୦୦୦ସର୍ଭଭାରତୀୟ ରାଙ୍କ ମଧ୍ୟରେ ୨୪୫ ଜଣ ଅଛନ୍ତି ।
ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସରକାରୀ ମେଡିକାଲ କଲେଜରେ ୨୮୫ଜଣ ସ୍ଥାନ ପାଇବାକୁ ଥିଲା ବେଳେ ସେମାନଙ୍କ ମଧ୍ୟରୁ ୪୦ଜଣ ଏଆଇଆଇଏମଏସ୍ରେ ପଢ଼ିବା ଲାଗି ସୁଯୋଗପାଇବାର ସମ୍ଭାବନା ସୃଷ୍ଟି ହୋଇଛି । ଏହି କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଶିଷ କୁମାର(୬୫୭)ଙ୍କ ସମେତ ୪୩ଜଣ ଇଂଟିଗ୍ରେଟେଡ ବ୍ୟାଚର ଅଟନ୍ତି ।
ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହରି ଖେଳିଯାଇଛି । ପ୍ରୟାସର ଚଳିବର୍ଷ +୨ ସିବିଏସଇ, ସିଏଚସିଇ, ଜେଇ ଆଦି ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଥିବା ବେଳେ ଏବେ ଡାକ୍ତରୀ ପ୍ରବେଶିକା(ନିଟ୍୍) ପରୀକ୍ଷାରେ ଅଭୁତପୂର୍ବ ସଫଳତା ମଳିଛି ।
ସଫଳ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର ଚେୟାରମ୍ୟାନ ନିହାର ରଞ୍ଜନ ଦାସ ଶୁଭେଛା ଜଣାଇବା ସହ ସଫଳତାର ଶ୍ରେୟ ସମସ୍ତ ଅଧ୍ୟାପକ /ଅଧ୍ୟାପିକା, କର୍ମଚାରୀ ଓ ଅଭିଭାବକଙ୍କୁ ଦେଇଛନ୍ତି ।













