ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ବାଙ୍ଗୀରିପାଷି :- : ଆଦିବାସୀ ଅଧୁସିତ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗୀରିପାଷି ବ୍ଲକ ସୋରିଷପାଳ ଗାଁ ନିକଟ ରେସୁଣ ଘାଟ ଠାରେ ୮ ବର୍ଷ ହେଲା ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା l ସ୍ୱାଧୀନତାର ୭୪ ବର୍ଷ ପରେ ବି ଅନେକ ଅଂଚଳରେ ପରାଧିନ ଲୋକେ । ନଦୀ ପାର ହେବା ପାଇଁ ଲୋକଙ୍କ ସାହାରା ସାଜିଛି ବାଉଁଶ ଭେଳା । ଦିନେ ଦୁଇ ଦିନ କି ମାସେ ୨ମାସ ନୁହଁ, ବର୍ଷବର୍ଷ ଧରି ଶତାଧିକ ଲୋକ ଏଭଳି ବିପଦ ଶଙ୍କୁଳ ଅବସ୍ତାରେ ନଦୀ ପାର ହେଉଛନ୍ତି । ଦୀର୍ଘ ୮ ବର୍ଷ ହେବ ଏଠାରେ ଏମିତି ବାଉଁଶ ଭେଳା ସାହାଯ୍ୟରେ ଲୋକେ ନଦୀ ଏପାରିରୁ ସେପାରିକୁ ଯିବା ଆସିବା କରିଥାନ୍ତି । ୬ ଟି ଟିୟୁଭ୍ ଉପରେ ବନ୍ଧା ହୋଇଛି କିଛି ବାଉଁଶ ବତା ଏବଂ ନଦୀର ଦୁଇ ମୁଣ୍ଡରେ ପୋତା ହୋଇଛି ଦୁଇଟି ଲେଖାଏଁ ଖୁଂଟି ।
ଆଉ ଏ ଖୁଂଟିରୁ ସେ ଖୁଂଟିକୁ ବନ୍ଧା ହୋଇଛି ଏକ ଦଉଡି । ଏହି ଦଉଡିକୁ ଧରି ବାଉଁଶ ଭେଳା ଉପରେ ବସି ବୁଢାବଳଙ୍ଗ ନଦୀ ପାରି ହେଉଛନ୍ତି ସ୍ଥାନୀୟ ଲୋକେ l ଥରକେ ୫ ରୁ ୬ଜଣ ଲୋକ ସାଇକେଲ ଏବଂ ମୋଟରସାଇକେଲ୍ ଏହି ଭେଳାରେ ନଦୀ ପାରହେବାର ଦୃଶ୍ୟ ଦେଖିବାକୁ ମିଳିଛି । ସ୍କୁଲ ପିଲା ଠାରୁ ବୃଦ୍ଧ, ମହିଳା ଏବଂ ରୋଗୀ ସମସ୍ତେ ପାଣି ପାରି ହୋଇଥାନ୍ତି । ତେବେ ସୋରିଷପାଳ ଗାଁର ଆଖପାଖରେ କୌଣସି ପୋଲର ସୁବିଧା ନଥିବାରୁ ଲୋକେ ବାଧ୍ୟହୋଇ ଏମିତି ବିପଦ ଶଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ପାଣି ପାରି ହୋଇଥାନ୍ତି । (ଦୀପ୍ତିମାନ ପତି /ମୟୂରଭଞ୍ଜ )