ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଗୁରୁବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଆମ୍ବାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁକ୍ତା ସି ଏଚ୍ ସି ର ଅଧିକାରୀ ଡାକ୍ତର ହିତା°କ୍ଷି ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମିତି ର ସମ୍ପାଦକ ଡାକ୍ତର ଦୁର୍ଗା ପ୍ରସାଦ ଦାଶ ବିଗତ ବର୍ଷର ଆୟ ବ୍ୟୟ ଓ ପରବର୍ତ୍ତୀ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦେଇ ସୁରେନ୍ଦ୍ର ନାଥ ମୁର୍ମୁ, ଡାକ୍ତର ନମିତା ମିଶ୍ର, ବରିଷ୍ଠ ନାଗରିକ ଭାରତ ଭୁଷଣ ପାତ୍ର, ଫାର୍ମାସିଷ୍ଟ ରୋହିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସ୍ବାସ୍ଥ୍ୟ କେନ୍ଦ୍ର କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ କାୟା କଳ୍ପ ପୁରସ୍କାର ରେ ସମ୍ମାନିତ କରାଯାଇଥିବାରୁ କମିଟି ର ସଦସ୍ୟ ମାନେ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାଧୁବାଦ୍ ଜଣାଇଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )














