ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 4.1.2020 :- ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଦିନିକିଆ କର୍ମଶାଳା ଆଜି ଭୁବନେଶ୍ୱର ସ୍ଥିତ କିଟ ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ସରକାରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧକ୍ଷ ମାନେ ଯୋଗଦେଇଛନ୍ତି । ଏହି କର୍ମଶାଳା ରେ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ଉପରେ ଅଲୋଚନା ହେବା ସହ କିପରି ଅନୁଷ୍ଠାନ ମାନଙ୍କରେ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଇପାରିବ ଅଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ଆଜି ସକାଳୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।
କାର୍ଯ୍ୟକ୍ରମ ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ଶିକ୍ଷା ବିଭାଗ ରେ କିଭଳି ଆହୁରି ସଂସ୍କାର ଅଣାଯାଇପାରିବ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଉପରେ ଆଲୋଚନା କରିଥିଲେ। ବୈଠକରେ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଙ୍କ ସହ ବିଭାଗ ର ବହୁ ବରିଷ୍ଠ କର୍ମଚାରୀ ଯୋଗଦେଇଥିଲେ । (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି