No Result
View All Result
ପୁରୀ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ଆଷାଢ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ଶନିବାର ରଥ ନିର୍ମାଣର ୮୨ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଶନିବାର ତିନିରଥରେ କଳସ ଓ ଓଲଟ ଶୁଆ ସ୍ଥାପନ କରାଯାଇଛି ।

ଆଉ ମାତ୍ର ୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥନିର୍ମାଣ ଶେଷ ଏବେ ଶେଷ ପର୍ଯ୍ଯାୟରେ ପହଞ୍ଚିଛି ।ଶୁକ୍ରବାର ସୁଦ୍ଧା ତିନିରଥରେ ପାର୍ଶ୍ୱ ଦେବାଦେବୀ ସଂସ୍ଥାପନ କାର୍ଯ୍ୟ ଶେଷ ହେବା ସହ ଚିତ୍ରକାର ସେବକ ମାନେ ରଥ ବାହ୍ୟ ଅଂଶ ଗୁଡ଼ିକର ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ଆଜି ତିନିରଥର ସମ୍ମୁଖ ଭାଗ ଏବଂ ପଶ୍ଚାତ୍ ଭାଗରେ ଦୁଇଟି ଲେଖାଏଁ ବ୍ରେକ ପୁଲି ସଂସ୍ଥାପନ କାର୍ଯ୍ୟ ଶେଷ କରିଛନ୍ତି। ଚିତ୍ରକାର ସେବକ ମାନେ ତିନିରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ସହ ତିନିରଥର ଘୋଡ଼ା ଏବଂ ସାରଥୀଙ୍କ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।

ଦରଜୀ ସେବକ ମାନେ ତିନିରଥର ବତା କନାରେ ଲେସ୍ ଫିଟିଙ୍ଗ କାର୍ଯ୍ୟ ଶେଷ କରି ବାକି ଥିବା ମହାପ୍ରଭୁଙ୍କ ବିଜେ ତୂଳୀ ଏବଂ ଶିପର ତୂଳୀ ଗୁଡ଼ିକର ସିଲେଇ କାର୍ଯ୍ୟ ଶେଷ ପରେ ତିନିରଥର ଦୁଆରବେଢ଼ା ଏବଂ ଚନ୍ଦ୍ରଶାଳୀରେ ଚିକଣ ଜରୀ ଫୁଲ, ଲେସ୍, ଡାଳି ଲତା ପକା କାର୍ଯ୍ୟ ଜାରୀ ରହିଥିବା ସହ ମହାପ୍ରଭୁଙ୍କ ପହଣ୍ଡି ନିମନ୍ତେ କୁସୁମୀ ୪ ପଟିଆ ୬ ଗୋଟି, ୧୨ ହାତିଆ ଧଳା ଗଡା ଚାରି ପଟିଆ ଦୁଇଟି ଏବଂ ୧୬ ହାତିଆ ଚାରି ପଟିଆ ୪ ଗୋଟି ସିଲେଇ କାର୍ଯ୍ୟ ସହ ମହାପ୍ରଭୁଙ୍କ ଭୁଜ ପାଇଁ ମୁଠି ବେଣ୍ଟ ଦୁଇଟି ଟି ଲେଖାଏଁ ୪ ଗୋଟି ର ସିଲେଇ କାର୍ଯ୍ୟ ଶେଷ କରିଛନ୍ତି ।

ଏଥିସହ ତିନିରଥର ସାରଥି ପୋଷାକରେ ଚିକଣ ଜରୀ ଲେସ୍ ଫିଟିଙ୍ଗ କାର୍ଯ୍ୟ ଜାରୀ ରକହିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକ ମାନେ ରଥ ପାଇଁ ସମସ୍ତ ଲୁହା କଣ୍ଟା ସରଞ୍ଜାମ ଶେଷ କରି ଜରୁରୀ ପରିସ୍ଥିତି ପାଇଁ ଆବଶ୍ୟକ ଅନୁଯାୟୀ ଲୁହା କଣ୍ଟା ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି । ପାହି ମହାରଣା ଦୋଳବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରା ପାଇଁ ଆବଶ୍ୟକୀୟ କାଠ ନିର୍ମିତ ସରଞ୍ଜାମ ମାନ ନିର୍ମାଣ ଜାରୀ ରଖିଛନ୍ତି ।

ତିନିରଥର ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୬,କରତୀ ସେବକ ୪ଜଣ , ରୂପକାର ସେବକ ୨୧ଜଣ , ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରୀଗର ୨ଜଣ , ପାହି ମହାରଣା ୨ଜଣ, ଚିତ୍ରକାର ୪୦ଜଣ ଓ ରଥଖଳା ସହାୟକ ୧ଜଣ ମୋଟ ୨୪୪ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିଷ୍ଠା ଶ୍ରଦ୍ଧା ଭକ୍ତିର ସହ ନିମଗ୍ନ ରହିଛନ୍ତି ।

No Result
View All Result