ନୟାଗଡ଼ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ନୟାଗଡ଼ ସର୍କିଟ୍ ହାଉସ୍ ନିକଟରେ ଅବସ୍ଥିତ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ଭବନରେ ପରିଷଦର ପ୍ରତିଷ୍ଠା ଦିବସ ତଥା ନୟାଗଡ଼ ଶାଖାର ସ୍ଥାପନା ଦିବସ ପାଳିତ ହୋଇ ଯାଇଛି। ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଓଡିଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ ଯୋଗଦେଇ ଥିଲା ବେଳେ ମୁଖ୍ଯବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଭାରତ ବିକାଶ ପରିଷଦ ଓଡିଶା ପୂର୍ବପ୍ରାନ୍ତର ଉପାଧ୍ୟକ୍ଷ ଶ୍ରୀଧର ସାହୁ ଯୋଗଦେଇଥିଲେ ।

ନୟାଗଡ଼ ଶାଖାର ପ୍ରତିଷ୍ଠାତା ସଦସ୍ଯ ପ୍ରଫେସର ହର ପ୍ରସାଦ ମହାପାତ୍ର ମଞ୍ଚାସୀନ ହୋଇ ମାଆ ଭାରତୀଙ୍କ ବନ୍ଦନା ବନ୍ଦେମାତରମ୍ ସାମୂହିକ ଗାନ କରି ଭାରତ ବିକାଶ ପରିଷଦର ଉତ୍ପତ୍ତି, ପ୍ରଗତି ଓ ଉଦ୍ଦେଶ୍ଯ ବିଷୟରେ ଅତିଥି ମାନେ ଆଲୋକପାତ କରିଥିଲେ । ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ହେଉଛି ଭାରତ ବିକାଶ ପରିଷଦର ମୂଳ ଲକ୍ଷ୍ଯ ବୋଲି କହିବା ସହିତ ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।















