ପୁରୀ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡ଼ଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ କାର୍ଯ୍ୟରେ ଆଉ ଏକ ସଫଳତା ମିଳିଛି। ଏହିକ୍ରମରେ ସତ୍ୟବାଦୀ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ଥିବା ରେକର୍ଡଭୁକ୍ତ ଜମିର ଅରିଜିନାଲ୍ ରେକର୍ଡ ଅଫ୍ ରାଇଟ୍ସ (ଆରଓଆର) ସଂଶୋଧନ କାର୍ଯ୍ୟ କରାଯାଇଛି । ସତ୍ୟବାଦୀ ତହସିଲରେ ମୋଟ ୩୮ ଟି ଖାତାର ରେକର୍ଡ ସଂଶୋଧନ କରାଯାଇଛି ।















