ପୁରୀ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ୍ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ୍ ଉଡ଼ୁଥିବା ସମ୍ପର୍କରେ ପୁରୀ ଏସ୍ପିଙ୍କ ନିକଟରେ ସୂଚନା ପହଞ୍ଚିଥିଲା । ସୂଚନା ପାଇବା ମାତ୍ରେ ଏସ୍ପି ପୁରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯିବା ସହ ସିଂହଦ୍ୱାର ଥାନା ପୋଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିୟୋଜିତ କରାଯାଇଥିଲା ।















