ପୁରୀ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ମଙ୍ଗଳବାର ସକାଳ ପ୍ରାୟ ୧୦.୩୦ ମିନିଟ ସମୟରେ ୧୧୨ ଜରୁରୀକାଳୀନ ସେବାକୁ ଏକ ସୂଚନା ମିଳିଥିଲା ଯେ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳର ଦୁଇଜଣ ନାବାଳକ ନିଜ ହଷ୍ଟେଲରୁ ପଳାଇ ଆସି ପୁରୀରେ ବୁଲୁଛନ୍ତି। ଖବର ପାଇବା ମାତ୍ରେ ପୁରୀ ପୋଲିସର ପିସିଆର-୩ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ପରିଚୟ ଯାଞ୍ଚ କରି ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରାଯାଇଥିଲା ।















