No Result
View All Result
୧୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ମୁତୟନ
ପୁରୀ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଜୁଲାଇ ୧୬ରେ ବିଶ୍ବପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା । ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରୁ ଜନ୍ମବେଦୀକୁ ଯାତ୍ରା କରିବେ । ୨୦ ଲକ୍ଷରୁ ଉର୍ଦ୍ଧ୍ବ ରଥଯାତ୍ରୀଙ୍କ ସମାଗମ ହେବ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଭାଗୃହରେ ରାଜ୍ୟସ୍ତରୀୟ ପୋଲିସ ଅଧିକାରୀ ମାନଙ୍କ ସହ ସିଧାସଳଖ ସମୀକ୍ଷା କରିଛନ୍ତି ।

ରଥଯାତ୍ରୀ ମାନେ କିପରି ଶୃଙ୍ଖଳିତ, ସୁରକ୍ଷିତ, ଦର୍ଶନ କରି ଖୁସି ମନରେ ଫେରିବେ ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ଶୃଙ୍ଖଳିତ ରଥଟଣା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏଥିପାଇଁ ୧୨ ହଜାର ପୋଲିସ କର୍ମଚାରୀ, ୧୦ କମ୍ପାନୀ କେନ୍ଦ୍ରୀୟ ପୋଲିସ ସଶସ୍ତ୍ର ଦଳ, ସିଆରପିଏଫ ଓ ବିଏସଏଫ ଜବାନ ନିୟୋଜିତ ହେବେ । ୨୫୦ ପ୍ଲାଟୁନ ଓଏସଏପି, ଆଇଆରବିଏନ, ଏଆରପି ଓ ଟ୍ରାଫିକ ଫୋର୍ସ ମୁତୟନ ହେବେ ।
ସାମାଜିକ ଗଣମାଧ୍ୟମ ଜରିଆରେ ଟ୍ରାଫିକ ସମ୍ପକିର୍ତ ସମସ୍ତ ତଥ୍ଯ ଉପଲବ୍ଧ ହେବ । ସ୍ଥଳ ପଥରେ ଶ୍ରୀକ୍ଷେତ୍ରର ଚାରିପଟ ପ୍ରବେଶ ପଥକୁ କଡାକଡି ଭାବେ ଯାଞ୍ଚ କରାଯିବ । ପୁରୀ ଜଳପଥ ସମୁଦ୍ରକୂଳେ ଅତ୍ଯାଧୁନିକ ମେସିନ ଦ୍ବାରା ନିରୀକ୍ଷଣ କରାଯିବ । ଆକାଶ ପଥକୁ ମଧ୍ଯ ନଜର ରଖାଯିବ । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆର୍.ପି.କୋଚେ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ(ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ,ଅତିରିକ୍ତ ପୁଲିସ ମହାନିର୍ଦେଶକ (ରେଳବାଇଓ ଉପକୂଳ ସୁରକ୍ଷା) ଅରୁଣ ବୋଥା,
ଅତିରିକ୍ତପୁଲିସ ମହାନିର୍ଦ୍ଦେଶକ ( ଆଇନଶୃଙ୍ଖଳା) ସଞ୍ଜୟକୁମାର, ଟ୍ରାନ୍ସପୋର୍ଟ କମିଶନର ଅମିତାରଠାକୁର, କ୍ରାଇମବ୍ରାଞ୍ଚ ଆଇଜି ଡ. ସାର୍ଥକଷଡ଼ଙ୍ଗୀ, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ,ଡିଆଇଜି (ଏସ୍ଟିଏଫ) ଡ. କନୱାର ବିଶାଳସିଂ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା,ଜିଆଇଜି (କାର୍ମିକ) ଯୁଗଳ କିଶୋର କୁମାରବନୋଥ, ଡିଆଇଜି (କ୍ରାଇମବ୍ରାଞ୍ଚ) ବି. ଗଙ୍ଗାଧର,ଡିଆଇଜି ଆଶିଷ ସିଂହ, ପୁରୀ ଏସ୍ପି ପ୍ରତୀକସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀଉପସ୍ଥିତ ଥିଲେ। ଏହାସହ ଆଭାସୀରେ ଆଇକିପି(ଉତ୍ତର-କେନ୍ଦ୍ରାଞ୍ଚଳ) ସତ୍ୟବ୍ରତ ଭୋଇ, ଡିଆଇଜି(ପୂର୍ବାଞ୍ଚଳ) ପିନାକ ମିଶ୍ର ପ୍ରମୁଖ ସେମାନଙ୍କମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ।

No Result
View All Result