ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଗୁରୁବାର) ଭୁବନେଶ୍ୱର :- କେନ୍ଦ୍ର ସରକାର ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି । ଅକ୍ଟୋବର ୧୫ ପରେ ରାଜ୍ୟ ସରକାର ଏହି ସଂଦର୍ଭରେ ନିଷ୍ପତ୍ତି ନେଇ ପାରିବେ । ଏନେଇ ଅଭିଭାବକଙ୍କ ସହମତି ଜରୁରୀ ।
କେନ୍ଦ୍ର ସରକାର ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହା ସହିତ କ୍ରୀଡାବିତ୍ଙ୍କ ପାଇଁ ସ୍ଵିମିଂ ପୁଲ ମଧ୍ୟ ଖୋଲାଯିବ ।
ସାମାଜିକ, ଶିକ୍ଷାନୁଷ୍ଠାନ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟ କାର୍ଯ୍ୟକ୍ରମରେ କେବଳ ୧୦୦ ଲୋକଙ୍କୁ ସାମିଲ କରିବାକୁ ଅନୁମତି ମିଳିବ । କଣ୍ଟେନମେଣ୍ଟ ଜୋନ୍ରେ ରହୁଥିବା ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ମନା ।
ଉଚ୍ଚ ଶିକ୍ଷାନୁଷ୍ଠାନରେ କେବଳ ପିଏଚଡି ଓ ବିଜ୍ଞାନ ଓ ଅଦୌଗିକି ବିଷୟରେ ସ୍ନାତକୋତ୍ତର ବିଦ୍ୟାର୍ଥୀଙ୍କ ପାଇଁ ପ୍ରୟୋଗଶାଳା ଓ ଗବେଷଣାତ୍ମକ କାମକୁ ଅନୁମତି ମିଳିବ । ଏସବୁ ଅକ୍ଟୋବର ୧୫ରୁ ଖୋଲିବାକୁ ଅନୁମତି ଦିଆଯାଇଛି ।