No Result
View All Result
କଳାହାଣ୍ଡି (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ୧୧ ନଂ ୱ।ର୍ଡବାସୀଙ୍କ ଜଳମଗ୍ନ କଷ୍ଟକୁ ଦୂର କରିବାପାଇଁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ତୁରନ୍ତ ପଦକ୍ଷେପ ଗ୍ରହଣକୁ ଏବେ ଉକ୍ତ ଗ୍ରାମବାସୀ ସାଧୁବାଦ ସହ କୃତଜ୍ଞତା ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଗତ ୨ ତାରିଖର ଲଘୁଚାପ ଜନିତ ବର୍ଷାରେ ଭୀମକେଲା ୧୧ନଂ ୱ।ର୍ଡ ବର୍ଷା ପାଣି ଘେରରେ ରହିଥିବା ବେଳେ ଅକଥନୀୟ ଦୁର୍ଦ୍ଦଶାରେ ଜୀବନ କାଟୁଥିବା ପଡାବାସୀ ଟିକିଏ ଆଶ୍ୱସ୍ତି ଅନୁଭବ କରିଛନ୍ତି ।

ଆଗକୁ ଡ୍ରେନ ବ୍ୟବସ୍ଥା ରହିବ ବୋଲି ମନରେ ଆଶା ଉଜ୍ଜୀବିତ ରଖିଥିବା ଜଣାଯାଏ । ଭୀମକେଲା ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସହ ସ୍ଥାନୀୟ ସରପଞ୍ଚ ପ୍ରତିନିଧି, ସ୍ଥାନୀୟ ୱ।ର୍ଡ ସଭ୍ୟ, ରାଜସ୍ଵ ସୁପରଭାଇଜର ଦିବ୍ୟ କାନ୍ତି ସାହୁ,ଏ.ଆର.ଆଇ ବିଭୁତି ଭୁଷଣ ପଧାନ,ଆର. ଆଇ ସହକର୍ମୀ ରାଜୁ ଗଉଡ,

ନର୍ଲା ପୋଲିସ ବିଭାଗର ବରିଷ୍ଠ କର୍ମଚାରୀ , ନର୍ଲା ଦମକଳ ବାହିନୀ ଓଆଇସି ତ୍ରିନାଥ ଭୋଇ,ପ୍ରଣବ କୁମାର ନାଏକ,ଫାୟାର ଫାଇଟର ଭାରତ ରଣା,ସୈ।ରଭ ବେହେରା, ସାରଦା ପ୍ରସାଦ ବଳିୟାରସିଂ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ରାସ୍ତାର ଦୁଇ ପାର୍ଶ୍ୱର ମାପଜୁପ ଉପରେ ନିର୍ଦ୍ଧାରଣ କରାଯାଇ ଥିଲା । ଏଥିରେ ଗ୍ରାମବାସୀ ଶାନ୍ତି ଶୃଙ୍ଖଳା ସହ ସହଯୋଗ କରିଥିବା ମଧ୍ୟ ଜଣାଯାଇଛି ।

No Result
View All Result