No Result
View All Result
କଣ୍ଟାବାଞ୍ଜି (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ପଲ୍ଲିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନ୍ଧେକେଲା ପରିସରରେ ଗୁରୁବାର ଏକ ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ ରଥ ୩୪ ବର୍ଷର ନିରବଚ୍ଛିନ୍ନ ଶିକ୍ଷା ସେବା ପରେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ସମ୍ମାନାର୍ଥେ ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ବହୁ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ନୀଳକଣ୍ଠ ତ୍ରିପାଠୀ ସଭାପତିତ୍ୱ କରିଥିଲେ।

ବିଦାୟୀ ଅଧ୍ୟକ୍ଷ ପ୍ରମୋଦ ରଥ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ପ୍ରତିଷ୍ଠାତା ସଦସ୍ୟ ନରେଶ ବର୍ମା, ସମିତି ସଭ୍ୟ ଭୋଳାନାଥ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅନିଲ ନାୟକ, ବରିଷ୍ଠ ଅଧ୍ୟାପକ ସଂଜୀବ ରଥ, ଅଧ୍ୟାପିକା ସୁଚରିତା ହୋତା, ଅଧ୍ୟାପକ ଚିନ୍ମୟ ଯୋଶୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।ଉଲ୍ଲେଖଯୋଗ୍ୟ, ଅନୁଷ୍ଠାନର ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅର୍ଜୁନ ପୁଟେଲଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଶ୍ରୀ ପୁଟେଲ କିଛି ବର୍ଷ ପୂର୍ବେ ଅବସର ନେଇଥିଲେ ମଧ୍ୟ ତାଙ୍କୁ ସମ୍ମାନ ଜଣାଇ ଅଧ୍ୟକ୍ଷ ଶ୍ରୀ ରଥ ଓ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ମଞ୍ଚକୁ ନିମନ୍ତ୍ରଣ କରିଥିଲେ। ଏହି ସଭାରେ ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ଦୁର୍ଗାପୂଜା କମିଟି ସଭାପତି ନରେଶ ରଣା, ଅବସରପ୍ରାପ୍ତ ଶିକ୍ଷକ କରୁଣାକର ପଣ୍ଡା, ବ୍ୟବସାୟୀ ସଂଘ ସଭାପତି ସୁବାସ ଜୈନ, ସାମ୍ବାଦିକ ଦୀନେଶ ଜୈନ, ଅନିଲ ତ୍ରିପାଠୀ, ଅଧ୍ୟାପକ ସୁବାଷ ଦାଶ, ଜୟପ୍ରକାଶ ମିଶ୍ର, ଗୋବର୍ଦ୍ଧନ ପ୍ରଧାନ,
ଗ୍ରନ୍ଥଗାରିକ ସୁଶୀଲ ପାଢ଼ୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ଅଧ୍ୟକ୍ଷ ଶ୍ରୀ ରଥଙ୍କ କାର୍ଯ୍ୟକାଳକୁ ସ୍ମରଣ କରିଥିଲେ । ବକ୍ତାମାନେ କହିଥିଲେ, ଶ୍ରୀ ରଥଙ୍କ ନେତୃତ୍ୱରେ ହାଇସ୍କୁଲ ହଷ୍ଟେଲରେ ଆରମ୍ଭ ହୋଇଥିବା ଏହି କଲେଜ ଆଜି ଦୁଇ ମହଲା ବିଶିଷ୍ଟ କୋଠାରେ ପହଞ୍ଚିଛି। ହେଲେ ଦୁଃଖର ବିଷୟ, ସରକାରଙ୍କ ଅନୁଦାନ ନୀତିରେ ଭେଦଭାବ ଯୋଗୁଁ ୩୪ ବର୍ଷର ସେବା ପରେ ମଧ୍ୟ ଶ୍ରୀ ରଥ ପେନସନ ପାଇବାରୁ ବଞ୍ଚିତ ହେବେ ବୋଲି ଅନେକ ଅତିଥି କ୍ଷୋଭ ପ୍ରକାଶ କରିଥିଲେ।
ଅଧ୍ୟକ୍ଷ ଶ୍ରୀ ରଥଙ୍କ ଅବସରକୁ ସ୍ମରଣୀୟ କରିବା ପାଇଁ ଗତ ୫ ଜାନୁଆରୀ ୨୦୨୬ ରେ ବିଦ୍ୟାଳୟ ପରିସରରେ ଏକ ବୃହତ୍ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, କର୍ମଚାରୀ, ସିନ୍ଧେକେଲା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଏବଂ ‘ସମ୍ବାଦ ଆମ ଓଡିଶା’ ସହଯୋଗ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଶ୍ରୀକାନ୍ତ ବିହାରୀ, କୈଳାଶ ରଣା, ହିତେଶ ମିଶ୍ର, ଟୁନି ସାହୁ, ଲିଲି ବାଗ,
ଶିକ୍ଷା ପ୍ରଦର୍ଶିକା ସଂଯୁକ୍ତା ବାରିକ, ଖେଳ ଶିକ୍ଷକ ସାଧୁ ରାମ ସାହୁ, ଅଣଶିକ୍ଷକ କର୍ମଚାରୀ ଦଶରଥ ସାହୁ, ହରେରାମ ପୁଟେଲ, କୁନୁ ସେଠ, ସୌମ୍ୟା ସାହୁ, ଇନ୍ଦୁ ଭୁଷଣ ପାଢ଼ୀ, ମନୁ ସାହୁ, ଉଦେ ସାହୁ, ଗୋବିନ୍ଦ ସାହୁ, ପୁଷ୍ପା ସାହୁ, ପାର୍ବତୀ ପୁଟେଲ, ବବଲୁ ପାଣ୍ଡିଆଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

No Result
View All Result