କଣ୍ଟାବାଞ୍ଜି (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ମୁରିବାହାଲ ବ୍ଲକ୍ ଘୁଷୁରାମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ପାଚିକା ଚୟନକୁ ନେଇ ଚାଲିଥିବା ଦୀର୍ଘଦିନର ବିବାଦର ଆଜି ଅସ୍ଥାୟୀ ସମାଧାନ ହୋଇଛି। ପ୍ରଶାସନର ମଧ୍ୟସ୍ଥତାରେ କେନ୍ଦ୍ରରେ ପଡିଥିବା ତାଲା ଖୋଲାଯାଇଛି ଏବଂ ନୂତନ ମାତୃ କମିଟିକୁ ଶିଶୁଙ୍କ ରନ୍ଧାଖାଦ୍ୟ ଦାୟିତ୍ୱ ଦିଆଯାଇଛି । ଗ୍ରାମରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ମୁରିବାହାଲ ବିଡିଓ ବାସନ୍ତୀ ସେଠି, ତହସିଲଦାର ଜଗଦୀଶ କର୍ତ୍ତାମୀ, କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ମୁରିବାହାଲ ଆଇଆଇସି ବୁଲୁ ମୁଣ୍ଡା ଏବଂ ସିଡିପିଓ ପୂର୍ଣ୍ଣିମା ବୈଠାରୁ ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା ପରେ ସର୍ବସମ୍ମତି କ୍ରମେ ସରୋଜିନୀ ଭୋଇ, ଦୁଲଣି ଭୋଇ, ସେବାଗିନୀ ବାଗ, ସଙ୍ଗୀତା ଝାଙ୍କର ଓ ରମା ଦାସଙ୍କୁ ନେଇ ଏକ ନୂତନ ମାତୃ ମଣ୍ଡଳୀ କମିଟି ଗଠନ କରାଯାଇଛି । ପାଚିକା ନିଯୁକ୍ତି ବିବାଦର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଏହି ମାତୃମଣ୍ଡଳୀ ହିଁ କେନ୍ଦ୍ରର ଶିଶୁମାନଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରସ୍ତୁତ କରିବେ ।

ପାଚିକା ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଫଳରେ ପିଲାଙ୍କ ପାଠପଢ଼ା ଓ ଖାଦ୍ୟ ବଣ୍ଟନ ବନ୍ଦ ହୋଇଯାଇଥିଲା।ଉପଜିଲ୍ଲାପାଳ ଶ୍ରୀ ସାମନ୍ତରାୟ କହିଛନ୍ତି, “ଯୋଗାଯୋଗର ଅଭାବ ଯୋଗୁଁ ଭ୍ରମଧାରଣା ସୃଷ୍ଟି ହୋଇଥିଲା। ପ୍ରାଥମିକ ତଦନ୍ତରେ କୌଣସି ଅନିୟମିତତା ଜଣାପଡି ନାହିଁ। ତଥାପି ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଯଦି କୌଣସି ତ୍ରୁଟି ଥାଏ, ତାହାର ସଂଶୋଧନ କରାଯିବ।”

ସିଡିପିଓ ପୂର୍ଣ୍ଣିମା ବୈଠାରୁ ସ୍ପଷ୍ଟ କରିଛନ୍ତି ଯେ ବିଭାଗ ପକ୍ଷରୁ କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ । 2024ର ନୂତନ ସରକାରୀ ନିୟମାବଳୀ ଅନୁଯାୟୀ ଏହି ମାତୃ କମିଟି ଦ୍ୱାରା ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ପରିଚାଳିତ ହେବ।ପ୍ରଶାସନର ପ୍ରତିଶ୍ରୁତି ପରେ ଗ୍ରାମବାସୀ କେନ୍ଦ୍ରର ତାଲା ଖୋଲିଛନ୍ତି । ବର୍ତମାନ ସେଠାରେ ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ଓ ସ୍ୱାଭାବିକ ରହିଛି । ଏଣିକି ପିଲାଙ୍କ ପାଠପଢ଼ା ଓ ଖାଦ୍ୟ ବଣ୍ଟନ ସ୍ୱାଭାବିକ ଭାବେ ଚାଲିବ ।