ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ଭଞ୍ଜନଗର :- ବର୍ତ୍ତମାନ ସାରା ବିଶ୍ୱ ମହାମାରୀ କରୋନା କବଳରେ । କରୋନା ଠୁ ମୁକ୍ତି ପାଇଁ ସାରା ବିଶ୍ୱ ଏକ ହେଇ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି । ଏହି ମହାମାରୀ ପାଇଁ ଜନସାଧାରଣଙ୍କ ଆର୍ଥିକ ସ୍ଥିତିକୁ ପ୍ରଚଣ୍ଡ ପ୍ରହାର ପଡିଛି । ଏବେ ସମସ୍ତେ ନିଜ ନିଜ ଆର୍ଥିକ ସ୍ଥିତି କୁ ସଜାଡିବାରେ ସଂଘର୍ଷ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭେକସିନ ବାହାରି ନ ଥିବାରୁ ଆମକୁ ଆମେ କରୋନା ସହିତ ବଂଚିବାକୁ ପଡିବ ଏଵଂ ସରକାରଙ୍କ ସମସ୍ତ କୋଭିଡ ନିୟମ ମାନିବାକୁ ପଡିବ । ମହାମାରୀ କରୋନାର ଜଟିଳ ସ୍ଥିତିକୁ ଲକ୍ଷ କରି ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ କ୍ଷେତ୍ରୀୟ ବ୍ରହ୍ମପୁର ର ସମସ୍ତ କର୍ମଚାରୀ ‘
ଦିନକର ଦରମା ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 48 ହଜାର 5 ସହ 66 ଟଙ୍କା ବ୍ୟାଙ୍କ ଡ୍ରାଫ୍ଟ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏହି ଆର୍ଥିକ ସହାୟତା ନିଶ୍ଚିତ ଭାବେ କୋଭିଡ 19 ପରିଚାଳନା ରେ ସରକାରଙ୍କ ସହାୟତା କରିବ । କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟକାନ୍ତି ମହାନ୍ତି ଏଵଂ ଉଦ୍ଭିଦ ବିଜ୍ଞାନ ରିଡ଼ର ଶ୍ରୀ ଗୋବିନ୍ଦ ରାଓ ପ୍ରମୁଖ ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କ ଜରିଆରେ ବ୍ୟାଙ୍କ ଡ୍ରାଫ୍ଟ ପ୍ରଦାନ କରିଛନ୍ତି । (ଶେଷଦେବ ସାହୁ ଗଞ୍ଜାମଜିଲ୍ଲା ବ୍ୟୁରୋ )














