• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା : ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପରୁ ଆତ୍ମହତ୍ୟା ଅଭିଯୋଗ

Proprietor Abhimanyu Maharana by Proprietor Abhimanyu Maharana
June 27, 2026
in ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍
0
ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା : ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପରୁ ଆତ୍ମହତ୍ୟା ଅଭିଯୋଗ
Share on FacebookShare on TwitterWhatsapp

ହିଞ୍ଜିଳିକାଟୁ (ଓଡ଼ିଶା ତାଜାନ୍ୟୁଜ) (ନିପ୍ର) :- ଛାତ୍ରୀ ଜଣକ ଗ୍ରୀଷ୍ମ ଅବକାଶରେ ଘରକୁ ଯାଇଥିଲେ। ଛୁଟି ଶେଷ ପରେ ବୁଧବାର ଅପରାହ୍ନରେ ସେ ହଷ୍ଟେଲକୁ ଫେରିଥିଲେ। ପହଞ୍ଚିବାର ମାତ୍ର ଅଧଘଣ୍ଟା ପରେ ୯ମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ ଜଣଙ୍କ ହଷ୍ଟେଲ ଫ୍ୟାନରେ ଚୁନି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ କୋଦଳା ଥାନା ବେଗୁନିଆପଡା ବ୍ଳକ ତୋଟାପଡା ଗ୍ରାମର ସନ୍ତୋଷ ଦାସଙ୍କ ନାବାଳିକା କନ୍ୟା ବର୍ଷା ଦାସ (୧୪)। ଏଭଳି ଏକ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା ବୁଧବାର ଅପରାହ୍ନ ପ୍ରାୟ ତିନିଟା ସମୟରେ ହିଞ୍ଜିଳି ଥାନା ଗୋପିନାଥପୁର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ପରିସରରେ ଘଟିଛି ।

ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ହିଞ୍ଜିଳି ଥାନାରେ କେସ ନଂ – ୧୧/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଯିବ ବୋଲି ପୁଲିସ କହିଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ। ଅନ୍ୟପକ୍ଷରେ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥା ଓ ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ମୃତ ନାବାଳିକାଙ୍କ ମାମୁଁ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଳକ ତୋଟାପଡା ଗ୍ରାମର ସନ୍ତୋଷ ଓ ତାଙ୍କ ସ୍ତ୍ରୀ ରେଣୁ ଦାସ କେରଳ ରାଜ୍ୟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କରି ନାବାଳିକା କନ୍ୟା ବର୍ଷା ଦୀର୍ଘ ବର୍ଷ ଧରି ଖଲ୍ଲିକୋଟ ଥାନା ବଳରାମପୁର ଗ୍ରାମରେ ରହି ଆସୁଥିଲେ। ଗତ ୩ ବର୍ଷ ଧରି ବର୍ଷା ହିଞ୍ଜିଳିକାଟୁ ବ୍ଲକ୍ ଗୋପିନାଥପୁର ଗ୍ରାମ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିଲେ। ଖରା ଛୁଟି ଶେଷ ହେବା ପରେ ବର୍ଷାକୁ ଆଇ ସୁଶିଳା ଦାସ ସାଙ୍ଗରେ ନେଇ ବୁଧବାର ଅପରାହ୍ନ ୨ଘଣ୍ଟା ସମୟରେ ହଷ୍ଟେଲରେ ପହଞ୍ଚିଥିଲେ। ହଷ୍ଟେଲରେ ପହଞ୍ଚିବାର ୧ଘଣ୍ଟା ପରେ ହଷ୍ଟେଲ ବେଡ୍ ଉପରେ ବାଲଟି ରଖି ଫ୍ୟାନରେ ଚୁନି ଲଗାଇ ଆତ୍ମହତ୍ୟା କରିଥିଲେ।

କିଛି ସମୟ ପରେ ସହପାଠୀ ମାନେ ହଷ୍ଟେଲ ଭିତରକୁ ଯାଇ ବର୍ଷାଙ୍କ ମୃତଦେହ ପ୍ରଦାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ସହପାଠୀ ମାନେ ହଷ୍ଟେଲ ଓ୍ବାଡେନ ଓ ଅଧିକ୍ଷକଙ୍କୁ ଜଣାଇଥିଲେ ।‌ ଖବର ପାଇ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଭାତୀ ମହାପାତ୍ର, ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଚାନ୍ଦିନୀ ପଣ୍ଡା, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠୀ ଓ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ ।

ହଷ୍ଟେଲ ତତ୍ତ୍ୱାବଧାରକଙ୍କ ଦାୟିତ୍ଵ ହୀନତା ଓ ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ମୃତକଙ୍କ ମାମୁଁ ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ପୁଲିସ ସୂତ୍ରରୁ ପ୍ରକାଶ । ଘଟଣାର ତଦନ୍ତ ଚାଲିଛି ଏବଂ ଘଟଣା ସମ୍ପର୍କରେ ପୁଲିସ ହଷ୍ଟେଲ ତତ୍ବାବଧାରକ, ଅଧିକ୍ଷକ ଓ କିଛି ସହପାଠୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରୁଛି । ତଦନ୍ତ ପରେ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି । ମୃତ ବର୍ଷା ହିଞ୍ଜିଳିକାଟୁ ବ୍ଳକ ବଡଖଣ୍ଡି ସତ୍ୟଭାମା ବିଦ୍ୟାପୀଠରେ ୯ମ ଶ୍ରେଣୀର ନାମ ଲେଖାଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିପାଟଣାରେ ବି ଜେ ଡି ମହିଳା ଶାଖାର ବିଶାଳ ଶୋଭାଯାତ୍ରା

ବାଲିପାଟଣାରେ ବି ଜେ ଡି ମହିଳା ଶାଖାର ବିଶାଳ ଶୋଭାଯାତ୍ରା

June 27, 2026
“ଆଶା” ସଂଗଠନର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

“ଆଶା” ସଂଗଠନର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

June 27, 2026
ମାଁ ଶୁକ୍ର ଶୁକ୍ରାଣୀଙ୍କ ଭୂମି ପୂଜନ ଉତ୍ସବରେ ଯୋଗ ଦେଲେ ବିଧାୟକ

ମାଁ ଶୁକ୍ର ଶୁକ୍ରାଣୀଙ୍କ ଭୂମି ପୂଜନ ଉତ୍ସବରେ ଯୋଗ ଦେଲେ ବିଧାୟକ

June 27, 2026
ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା : ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପରୁ ଆତ୍ମହତ୍ୟା ଅଭିଯୋଗ

ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା : ଅଧିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପରୁ ଆତ୍ମହତ୍ୟା ଅଭିଯୋଗ

June 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିପାଟଣାରେ ବି ଜେ ଡି ମହିଳା ଶାଖାର ବିଶାଳ ଶୋଭାଯାତ୍ରା

ବାଲିପାଟଣାରେ ବି ଜେ ଡି ମହିଳା ଶାଖାର ବିଶାଳ ଶୋଭାଯାତ୍ରା

June 27, 2026
“ଆଶା” ସଂଗଠନର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

“ଆଶା” ସଂଗଠନର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version