
ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାରେ କରୋନା ସପ୍ତାହ ପାଳନ ଅବସରରେ ହିଞ୍ଜିଳିକାଟୁ ମା ଶ୍ୟାମଲାଇ ଅଟୋ ମାଲିକ ସଂଘ ପକ୍ଷରୁ ମାସ୍କ ବଣ୍ଟନକୁ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମନୋରଞ୍ଜନ ସାହୁଙ୍କ ଜରିଆରେ କରାଯାଇଥିଲା. ଏଥିରେ ସଂଘ ର ସଭାପତି ଶ୍ରୀ ଶରତ ଚନ୍ଦ୍ର ସାବତ,

ପୂର୍ବତନ ଉପ ନଗରପାଳ ଶ୍ରୀ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ କାଉନ୍ସିଲର ତଥା ସଂଘ ର ଯୁଗ୍ମ ସମ୍ପାଦକ ଶ୍ରୀ ଯୁଧିଷ୍ଠିର ସ୍ଵାଇଁ, ସମ୍ପାଦକ ଭିକା ବେହେରା, ଶ୍ରୀନୁ ବିଶ୍ଵାସରାୟ , ଓ ସମସ୍ତ ଅଟୋ ମାଲିକ ମାନେ ଉପସ୍ଥିତ ଥିଲେ. ଏବଂ ଶ୍ରୀ ସାହୁ ଙ୍କ ଦ୍ଵାରା

କୋଭିଡ ପରିଚାଳନା କେମିତି କରାଯିବ. ତାରି ଉପରେ ସଚେତନ କରାଇ ଥିଲେ. ବିଶେଷ କରି ଗଞ୍ଜାମ ଜିଲ୍ଲାପାଳ ଙ୍କ କରୋନା ସପ୍ତାହ ପାଳନ ଚିନ୍ତାଧାରା କୁ ସମସ୍ତେ ପ୍ରସଂଶା କରିଥିଲେ. ଓ ଆମ ସହର କୁ କରୋନା ମୁକ୍ତ କରିବା ନେଇ ଜନସାଧାରଣ ଙ୍କ ସହଯୋଗ ଲୋଡ଼ିଥିଲେ । (ଶୁସାନ୍ତ ପ୍ରଧାନ)














