ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ନୟାଗଡ ,ଈଟାମାଟି :- ଗତ କାଲି ରାତିରେ ଇଟାମାଟି ପୋଲିସ ଭ୍ୟାନ୍ ପେଟ୍ରୋଲିଂ କରୁଥିବା ସମୟରେ ଈଟାମାଟି ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ଙ୍କ ସମେତ ପୋଲିସ ଷ୍ଟାଫ୍ ବିଳମ୍ବିତ ରାତିରେ 12 ଟି ଛେଳି ଚୋରି କରି ନେଉଥିବା ଗାଡି କୁ ଫତେଗଡ଼ ଅଞ୍ଚଳ ରୁ ଜବତ କରିଛନ୍ତି ଓ ତିନୋଟି ମୋବାଇଲ ଫୋନ ଜବତ ହୋଈଛି ।
ପୋଲିସ ଭ୍ୟାନ୍ କୁ ଦେଖି ଛେଳି ଲୋଡ଼ ଗାଡି କୁ ଛାଡ଼ି ଚୋର ମାନେ ଚମ୍ପଟ ମାରିଥିଲେ । ଉକ୍ତ ଜବତ ଗାଡି କୁ ଫତେଗଡ଼ ପୋଲିସ ଷ୍ଟେସନ ରେ ଚୋରି ଆଭିଯୋଗ ରେ ମାମଲା ରୁଜ୍ଜୁ ହୋଈଛି ଏବଂ ପୋଲିସ ଅଧିକରୁ ଅଧିକ ତଦନ୍ତ ଚଳାଇଥିବାର ଜଣା ପଡ଼ିଛି । (ରିପୋର୍ଟ /ବିପିନ କୁମାର ସାହୁ)