ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) କଳାହାଣ୍ଡି :- ଆରବି ଏସପି ଫିଲ୍ମସ ପ୍ରଡକ୍ସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ମହାନ ସ୍ବାଧୀନତା ସଂଗ୍ରାମୀ ସହୀଦ ରେଣ୍ଡୋ ମାଝୀଙ୍କୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି । ଏଥିରେ ଓଲିଉଡ ତଥା ବଲିଉଡ୍ ଅଭିନେତା ମନୋଜ ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିବେ । ରେଣ୍ଡୋ ମାଝୀ , ଦି ହେଡେନ ଷ୍ଟୋରି ଅଫ୍ ୧୮୫୩ ଚଳଚ୍ଚିତ୍ରରେ ଯୁବ ନିର୍ଦ୍ଦେଶକ ଅମରେଶ
ଜେନା, ପ୍ରଯୋଜନାରେ ବିଭୁପ୍ରସାଦ ରାଉତ , ସଙ୍ଗୀତ ନିର୍ଦ୍ଦେଶନାରେ ରାଜ୍ୟ ପୁରସ୍କାର ପ୍ରାପ୍ତ ପଙ୍କଜ ଜାଲ ଓ କ୍ୟାମେରାରେ ଚୋଡ଼ଗଙ୍ଗ ଦେବ ଅଛନ୍ତି । କଳାହାଣ୍ଡିର ବିଶିଷ୍ଟ ନାଟ୍ୟକାର ପରମେଶ୍ବର ମୁଣ୍ଡ ଚଳଚ୍ଚିତ୍ରର ଗବେଷକ ଓ ସଂଳାପ ଦାୟିତ୍ୱରେ ରହିଛନ୍ତି । କଳାହାଣ୍ଡି ଜିଲ୍ଲାର ସଂସ୍କୃତି, ଐତିହ୍ୟ, ପରମ୍ପରାର ଝଲକ ଚଳଚ୍ଚିତ୍ର ପରଦାରେ ପ୍ରକାଶ ପାଇବ ଓ ବଲିଉଡର ଅନ୍ୟ କଳାକାର ମାନେ ମଧ୍ୟ ଅଭିନୟ କରିବେ ବୋଲି ପ୍ରଯୋଜନା ସଂସ୍ଥା ଦ୍ଵାରା ସୂଚିତ ହୁଏ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)