ଓଡ଼ିଶା ତାଜା ନ୍ୟୁଜ (୩୦ ସେପ୍ଟେମ୍ବର ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟ ରୁ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ଦେଇଥିଲେ । ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖାଲ ମଡ଼ା ର ଛାତ୍ରୀ ତନୁଶ୍ରୀ ସାହୁ ଏହି ମେଧାବୃତ୍ତି ପରୀକ୍ଷା ରେ କୃତିତ୍ୱ ଲାଭ କରିଛନ୍ତି । ପିତା ନାରାୟଣ ସାହୁ ଓ ମାତା ବିଷ୍ଣୁପ୍ରିୟା ସାହୁ ଙ୍କ ଝିଅ ତନୁଶ୍ରୀ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ,ବାପା, ମା ଓ ଭଗବାନ
ଙ୍କ ଆଶୀର୍ବାଦ ଏବଂ ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ପଠାଣି ସାମନ୍ତ ମେଧାବୃତ୍ତି ରେ କୃତିତ୍ୱ ଅର୍ଜନ କରିଥିବା କହିଛନ୍ତି । କୃତିତ୍ୱ ଅର୍ଜନ କରିଥିବା ତନୁଶ୍ରୀ ଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଙ୍କ ସମେତ ବୁଦ୍ଧିଜୀବୀ,ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ତନୁଶ୍ରୀ ଙ୍କ ପୂର୍ବରୁ ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖାଲ ମଡ଼ା ର ଛାତ୍ର ଅଜୟ ପରିଡ଼ା,ଛାତ୍ରୀ ସନ୍ଧ୍ୟା ରାଣୀ ପରିଡ଼ା ବ୍ଲକ୍ ସ୍ତରୀୟ ମେଧାବୃତ୍ତି ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଥିଲେ । (ରିପୋର୍ଟ-ସୁବ୍ରତ ପରିଡା)














