କଳାହାଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କିଛି ଦିନ ହେଲା ନର୍ଲା ଅଞ୍ଚଳରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି। ଚାରି ଦିନ ତଳେ ତୁଳା ଗାଁରେ ଦିନ ଦ୍ବିପହରରେ ଚୋରି ହୋଇଥିଲା। ସେହି ଚୋରି ଉପରୁ ପରଦା ଉଠାଇ ଦୁଇଜଣ ଚୋରଙ୍କୁ ଧରି ନର୍ଲା ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ପୁଣି ରାତିରେ ନର୍ଲା ଥାନା ସମ୍ମୁଖରେ ଥିବା ଜୀନ ମାତା କପଡା ଦୋକାନର ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ଦୋକାନ ମାଲିକ ପିଣ୍ଟୁ କମାନୀ ।
ଅନ୍ୟ ପଟେ ଦୋକାନ ମାଲିକଙ୍କ ଥାନାରେ ଲିଖିତ ଅଭିଯୋଗ ପରେ ଜିଲ୍ଲା ମୁଖ୍ୟାଳୟରୁ ସନ୍ଧାନୀ କୁକୁର ସାହାଯ୍ୟରେ ଚୋରି ଉପରୁ ପରଦା ଉଠାଇବାକୁ ଲାଗି ପଡିଛି ପୋଲିସ । ଏଠାରେ ପ୍ରଶ୍ନ ଉଠୁଛି ଯେ ନର୍ଲା ଥାନାରୁ ମାତ୍ର କୋଡିଏ ମିଟର ଦୂରରେ ପୋଲିସ ଆଖିରେ ଧୂଳି ଦେଇ ଚୋର ଚୋରି କରୁଥିବାରୁ ନର୍ଲା ପୋଲିସ ରାତ୍ରୀ କାଳୀନ ପେଟ୍ରୋଲିଙ୍ଗକୁ କଡାକଡି କରିବା ଜରୁରୀ ହୋଇ ପଡିଛି ।













