ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ) (ନି. ପ୍ର) :- ଗଜପତି ଜିଲ୍ଲାର ମୋହନା ବୃକ୍ ପି. ଗୋବିନ୍ଦପୁର ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଏହି ଗ୍ରାମର ୧୫ ଜଣଙ୍କ ଘର ଟିଣ ଓ ଚାଳ ଛପର ଉଡିଯାଇଛି. ଫଳରେ ଖୋଲା ଆକାଶ ତଳେ ରହିଛନ୍ତି ଏହି 15 ପରିବାରର ଲୋକେ। ଗତକାଲି ଅପରାହ୍ନ ୫ ଘଣ୍ଟା ସମୟରେ ଅଚାନକ କାଳ ବୈଶାଖୀଜନିତ ପ୍ରବଳ ବର୍ଷା ସହ ପବନ ହୋଇଥିଲା। ଫଳରେ ଗୋବିନ୍ଦପୁର ଗାଁର ୧୫ ଜଣଙ୍କ ଘର ଛପର ଉଡ଼ିଯାଇଥିବା ଅଭିଯୋଗ ହୋଇଛି।














