ରଣପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଏବେବି ଅନ୍ଧବିଶ୍ୱାସ ଭରି ରହିଛି। ଚୋର ଧରିବାକୁ ଗାଁରେ ବୁଲୁଛି ଖଟ, ପ୍ରଶାସନର ନାହିଁ ଆକଟ, ନଖ ଦର୍ପଣରେ ଚୋର ଚିହ୍ନଟ, ବିଧବା ମହିଳାଙ୍କୁ ଗ୍ରାମବାସୀ ମାରୁଛନ୍ତି ଛାଟ। ଚୋର ଧରିବା ପାଇଁ ଗାଁରେ ବୁଲିଲା ଖଟ ଏବଂ ନଖ ଦର୍ପଣ ଦେଖା। ଗୁଣିଆ ଡାକି ଚୋର ଧରିବା ପାଇଁ ଏବେବି ନୟାଗଡ଼ ଜିଲ୍ଲାରେ ଅନ୍ଧବିଶ୍ଵାସ ଲୋକଙ୍କ ମନରୁ ଦୂର ହୋଇନି। ରଣପୁର ଅଞ୍ଚଳରେ ଏ ଭଳି ଘଟଣା ଜଣେ ବିଧବା ବୃଦ୍ଧାଙ୍କୁ ଚୋର ସଜାଇ ଦିଆଯାଇଛି ।















