ଖୋରଧା-ଜଟଣୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଖୋର୍ଦ୍ଧାରୋଡ ରେଳମଣ୍ଡଳ ଠାରେ ଅବସ୍ଥିତ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟରେ ସଂଘଠନର ତିନି ଜଣ ବରିଷ୍ଠ ନେତା ବାହାନ ଘଢେଇ,ପି ୟାରାନା ଓ ତ୍ରିନାଥ ବେହେରାଙ୍କୁ ନିଜ ରେଳ ବିଭାଗ ଚାକିରି ଜୀବନରୁ ଅବସର ନେଇଥିବାରୁ ତାଙ୍କୁ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟ ଠାରେ ଶାଖା ସମ୍ପାଦକ ଏଲ ଡି ମହାନ୍ତିଙ୍କ ସଂଯୋଜନାରେ ଏକ ସଭା ଆୟୋଜନ କରାଯାଇଥିଲା l















