କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବିଶ୍ବ ପରିବେଶ ଓ ସାଇକେଲ ଦିବସ ଅବସରରେ ଯୁବ ସମାଜସେବୀଙ୍କ ସାଇକେଲ ଯାତ୍ରା ଏକ ଉଦାହରଣ ସାଜିଛି।ତୁରେକେଲା ବ୍ଳକ ଅନ୍ତର୍ଗତ ହିଆଁଲ ଗ୍ରାମ ପଞ୍ଚାୟତର ଦାବ୍ରୀ ଗ୍ରାମର ମୁକେଶ ମହାନନ୍ଦ ସାଇକେଲ ଧରି ପବିତ୍ର ଶୈବପୀଠ ହରିଶଙ୍କର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।ବର୍ତ୍ତମାନ ତୈଳ ସଙ୍କଟ ଓ ଦରବୃଦ୍ଧି ଜନସାଧାରଣଙ୍କ ଗାଡ଼ି ମଟର ବ୍ୟବହାର ପାଇଁ ଅସୁବିଧାର କାରଣ ହୋଇପଡିଛି ।

ପରିବେଶ ସୁରକ୍ଷା ଓ ଗ୍ଲୋବାଲ ୱ।ର୍ମିଙ୍ଗ ପାଇଁ ଆମେ ସମସ୍ତେ ସଚେତନ ହେବା।ବର୍ତ୍ତମାନ ଯୁବପିଢି ସାଇକେଲ ବ୍ୟବହାର ଠାରୁ ଦୂରେଇ ଯାଉଛନ୍ତି ସେମାନେ କିପରି ଏହି ଅଭିଯାନରେ ସାମିଲ ହେବେ ସେଥିପ୍ରତି ସଚେତନ ସୃଷ୍ଟି କରିବା ହେଉଛି ଆଜିର ଆହ୍ୱାନ ବୋଲି ଶ୍ରୀ ମହାନନ୍ଦ କହିଥିଲେ ।
ହରିଶଙ୍କରରୁ ଫେରିବା ସମୟରେ ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ,ସମାଜସେବୀ ଥମିର ଛତ୍ରିଆ ତାଙ୍କୁ ଭେଟି ସ୍ୱ।ଗତ ଜଣେଇଥିଲେ।ସମସ୍ତ ଯୁବବର୍ଗ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସିବାକୁ ଶ୍ରୀ ଦାଶ ଓ ମହାନନ୍ଦ ମିଳିତ ଭାବରେ ଅନୁରୋଧ କରିଥିଲେ ।














