• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନରସିଂହପୁରରେ ବିଶାଳ ବିକ୍ଷୋଭ ବିଜେପିର ଜନବିରୋଧୀ ନୀତି ବିରୁଦ୍ଧରେ ରଣହୁଙ୍କାର

Proprietor Abhimanyu Maharana by Proprietor Abhimanyu Maharana
June 4, 2026
in ଓଡ଼ିଶା, କଟକ, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ନରସିଂହପୁରରେ ବିଶାଳ ବିକ୍ଷୋଭ ବିଜେପିର ଜନବିରୋଧୀ ନୀତି ବିରୁଦ୍ଧରେ ରଣହୁଙ୍କାର
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ରାଜ୍ୟରେ ବିଜେପି ସରକାରର ଜନବିରୋଧୀ ନୀତି ବିରୁଦ୍ଧରେ ଲୋକଙ୍କ ସ୍ୱରକୁ ଏକାଠି କରିବା ପାଇଁ ଆଜି କଟକର ନରସିଂହପୁର ଠାରେ ବିଜେଡିର ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ନରସିଂହପୁରର ଶ୍ରୀ ଜଗନ୍ନାଥ ମନ୍ଦିର ସନ୍ନିକଟରୁ ପ୍ରାୟ ୫୦୦୦ ମହିଳା, ଯୁବ ଗ୍ରାମବାସୀଙ୍କ ଏହି ବିଶାଳ ଶୋଭାଯାତ୍ରାରେ ବିଭିନ୍ନ ନାରା ଓ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ନରସିଂହପୁର ଟାଉନ୍ ପରିକ୍ରମା କରି ପାଖ ପଡିଆ ଠାରେ ପହଞ୍ଚିଥିଲେ ଓ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

୨ ବର୍ଷର ବିଜେପି ସରକାର ବିଭିନ୍ନ କ୍ଷେତ୍ରରେ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି । ଦୁର୍ନୀତି ଓ ଦୂରାଚାରାରେ ଜଡିତ ବିଜେପି ସରକାରକୁ ଗାଦିଚୁ୍ୟତ କରିବା ନିମନ୍ତେ ପ୍ରତିବାଦର ଗଣତାନ୍ତ୍ରିକ ସ୍ୱରକୁ ଶାଣିତ କରିବା ପାଇଁ ସଭାରେ ସଂକଳ୍ପ ନିଆଯାଇଛି । ନରସିଂହପୁର ବିଜେଡ଼ି ସଭାପତି ଶ୍ରୀ ନାରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଜେଡି ରାଜ୍ୟ ବରିଷ୍ଠ ଉପସଭାପତି ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଉପସଭାପତି ପୂର୍ବତନ ମନ୍ତ୍ରୀ ତଥା ପଛୁଆ ବର୍ଗ ସାମ୍ମୁଖ୍ୟର ସଭାପତି ଡକ୍ଟର ଅରୁଣ ସାହୁ, ମହିଳା ନେତ୍ରୀ ସାଂସଦ ଶ୍ରୀମତୀ ସୁଲତା ଦେଓ, କଟକ ଜିଲ୍ଲା ପରିଷଦ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ପ୍ରମୁଖ ଉଦବୋଧନ ଦେଇ ସରକାରଙ୍କର କିଭଳି ଦେଇଥିବା ପ୍ରତିଶ୍ରୁତି ପୂରଣରେ ଆନ୍ତରିକତା ନାହିଁ ।

ସାଧାରଣ ଜୀବନ ଦୁର୍ବିସହ ହୋଇଛି, କାର୍ଯ୍ୟକ୍ରମର ମୁଖ୍ୟଭାଗ ନାମ ପରିବର୍ତ୍ତନ ଓ ରଙ୍ଗବୋଳାରେ ସୀମିତ ରହିଛି ବୋଲି ଏ ସରକାର କହିଥିଲେ । ସେହିପରି ଶ୍ରୀ ଦେବୀ ପ୍ରସାଦ ମିଶ୍ର ବୃଦ୍ଧବୃଦ୍ଧା, ବିଧବା ଭିନ୍ନକ୍ଷମ ମହିଳା କିଭଳି ପ୍ରତାରିତ ହୋଇଛନ୍ତି, ୩୦୦୦ ଟଙ୍କା ଭତ୍ତା, ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରତିଶ୍ରୁତି ପୂରଣ ନହେବା ଠାରୁ ନିୟମିତ ଭତ୍ତା ନପାଇବା ଉଲ୍ଲେଖ କରିବା ସହିତ ବଡ଼ମ୍ୱା ନରସିଂହପୁରରେ ଓଡ଼ିଶାରେ ନବୀନ ସରକାର ସମୟରେ ନିଆଯାଇଥିବା ବିକାଶ ମୂଳକ କାର୍ଯ୍ୟ କିଭଳି ଧିମେଇ ଯାଇଛି ଅନେକ କ୍ଷେତ୍ରରେ ଠପ୍ ହୋଇଯାଇଛି ତାହା ଅଭିହିତ କରିଥିଲେ ।

ମହିଳାମାନେ ପ୍ରତିଦିନ ୧୫ ଜଣ ନିର୍ଯାତନା ଶୋଷଣର ଶିକାର ହେବା ଲଗାତାର ହାଜତ ମୃତୁ୍ୟରେ ଚଳିତ ସରକାର ରେକର୍ଡ କରିଛନ୍ତି ନାରୀ ସଂରକ୍ଷଣକୁ ବାଟବଣା କରିଛନ୍ତି ବୋଲି ସାଂସଦ ଶ୍ରୀମତୀ ସୁଲତା ଦେଓ କହିଥିବା ବେଳେ ବଡ଼ମ୍ୱା ନରସିଂହପୁର ସମେତ ଓଡ଼ିଶାର କେନ୍ଦ୍ରାଞ୍ଚଳରେ ସରକାର କିଭଳି ଜନବିରୋଧୀ କାର୍ଯ୍ୟକ୍ରମ ନେଉଛନ୍ତି । ଯୁବଛାତ୍ର ଶକ୍ତିକୁ ଅନ୍ଧାର ମୁହଁକୁ ଠେଲି ଦେଉଛନ୍ତି ତାହା ଅଭିଭାଷଣରେ ଡକ୍ଟର ଅରୁଣ ସାହୁ ରଖିଥିଲେ । ଶ୍ରୀ କିଶୋର ମିଶ୍ର ଓ ବିଜେଡି ନେତା ଶ୍ରୀ ରବୀନ୍ଦ୍ର ସାହୁ ସ୍ଥାନୀୟ ଅଞ୍ଚଳର ସାଂସ୍କୃତିକତା ଓ ଭାଇଚାରାକୁ କିଭଳି ୨ ବର୍ଷରେ କ୍ଷୁର୍ଣ୍ଣ କରାଯାଉଛି ତାହା କହିବା ସହ ମୂଲ୍ୟବାନ ଜଙ୍ଗଲ ଓ ବନ୍ୟ ପ୍ରାଣୀ ସମ୍ପଦ କିଭଳି ସୁରକ୍ଷିତ ନୁହେଁ, ବାଲି ଓ ଲଘୁ ଖଣିଜ ପଦାର୍ଥ ହରିଲୁଟ ହୋଇ ପରିବେଶ ସନ୍ତୁଳନ ବ୍ୟାହତ ହେଉଛି ବୋଲି ବକ୍ତବ୍ୟରେ ରଖିଥିଲେ ।

ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ଜେନା ମହିଳାଙ୍କ ଉପରେ ବିଜେପି ସରକାର ଅବିଚାର କରୁଛି । ନାରୀ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଉଲ୍ଲେଖ କରି ନାରୀ ସମାଜକୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଶକ୍ତି ପ୍ରସାଦ ମିଶ୍ର, ଯୁବ ସଭାପତି ଶ୍ରୀ ନିର୍ମଳ ଜେନା ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ବେଳେ କର୍ମକର୍ତ୍ତା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅଜୟ ପଣ୍ଡା, ଶ୍ରୀ ମେଘନାଦ ପାତ୍ର, ଶ୍ରୀ ଅଜୟ ପଣ୍ଡା, ଶ୍ରୀ ଜୟ ବିଶ୍ୱାଳ ଓ ସ୍ଥାନୀୟ ଜନ ପ୍ରତିନିଧି ମାନେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ପ୍ରବାଦ ପୁରୁଷ ବିଜୁବାବୁ ଭାରତରେ ତ୍ରିସ୍ତରୀୟ ବ୍ୟବସ୍ଥାରେ କିଭଳି ପ୍ରଥମେ ମହିଳା ମାନଙ୍କ ମର୍ଯ୍ୟାଦା ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଆରମ୍ଭ କରିଥିବା ବେଳେ ତାଙ୍କ ସୁପୁତ୍ର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାକୁ ୫୦ ପ୍ରତିଶତକୁ ନେଇଥିଲେ ଆଲୋଚନା କରିବା ପରେ ସାଂସଦ ଶ୍ରୀମତୀ ସୁଲତା ଦେଓ, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ସସ୍ମିତା ଜେନା ନେତୃତ୍ୱରେ ମହିଳା ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ତହସିଲଦାରଙ୍କୁ ଭେଟି ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

June 7, 2026
ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

June 7, 2026
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା

June 7, 2026
ପ୍ରଚଣ୍ଡ ଗ୍ରୀଷ୍ମରେ ମାନବିକତାର ନିଆରା ଦୃଷ୍ଟାନ୍ତ : “ଦି କୋର୍ ଫୋର୍”ର ମହାନ ସେବା

Young Hearts, Big Impact : “The Core Four” Spread Kindness Amid the Summer Heat

June 7, 2026

Recent News

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

June 7, 2026
ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

June 7, 2026
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା

June 7, 2026
ପ୍ରଚଣ୍ଡ ଗ୍ରୀଷ୍ମରେ ମାନବିକତାର ନିଆରା ଦୃଷ୍ଟାନ୍ତ : “ଦି କୋର୍ ଫୋର୍”ର ମହାନ ସେବା

Young Hearts, Big Impact : “The Core Four” Spread Kindness Amid the Summer Heat

June 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

June 7, 2026
ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

June 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version