• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ପଞ୍ଚାୟତ ଅର୍ଥ ହଡ଼ପ ମାମଲାରେ ନିର୍ବାହୀ ଅଧିକାରୀ ଗିରଫ : ୧୨.୩୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ

Proprietor Abhimanyu Maharana by Proprietor Abhimanyu Maharana
June 3, 2026
in ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍
0
ପଞ୍ଚାୟତ ଅର୍ଥ ହଡ଼ପ ମାମଲାରେ ନିର୍ବାହୀ ଅଧିକାରୀ ଗିରଫ : ୧୨.୩୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ
Share on FacebookShare on TwitterWhatsapp

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସମ୍ପ୍ରତି ଭତ୍ତା ତାତି ସାରା ରାଜ୍ୟରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି । ନିର୍ଵାଚନ ପୂର୍ବରୁ ଭୋଟରଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ ପାଇଁ ନିର୍ଵାଚନ ପ୍ରତିଶ୍ରୁତି ଦେଇଥିବା କ୍ଷମତାସୀନ ଡବଲ ଇଞ୍ଜିନ ସରକାର ଏବେ ବିଳମ୍ବିତ କାରଣରୁ ଚାରିଆଡୁ ସମାଲୋଚନାର ଶିକାର ହୋଇଛି । ଏପରିକି ଦୀର୍ଘ ୩ ମାସ ଧରି ଭତ୍ତା ବାବଦକୁ ଅର୍ଥ ରାଶି ନପାଇପାରି ବହୁ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ, ବିଧବା ହିତାଧିକାରୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି ।

ଏହାକୁ ନେଇ ହିତାଧିକାରୀଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି । ଏଭଳି ଏକ ଦୁର୍ଦ୍ଦିନ ସମୟରେ ଜୈନିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ହିତାଧିକାରୀଙ୍କୁ ଭତ୍ତା ବାବଦକୁ ଅର୍ଥ ରାଶି ଓ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦକୁ ୧୨ ଲକ୍ଷ ୩୦ ହଜାର ଟଙ୍କା ଆତ୍ମସାତ କରିବା ଘଟଣା ସାଧାରଣରେ ବେଶ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଏକ ଚର୍ଚ୍ଚିତ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଦାରୁଭଦ୍ରା ଗ୍ରାମ ପଞ୍ଚାୟତରେ ହୋଇଥିବା ସାମ୍ନାକୁ ଆସିଛି ।

ଅର୍ଥ ହେରଫେର ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଗତ ୨୭ ତାରିଖରେ ହିଞ୍ଜିଳିକାଟୁ ବିଡ଼ିଓ ସାଗରୀକା ଷଡ଼ଙ୍ଗୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୩୫୯/୨୬ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ମଙ୍ଗଳବାର ଘଟଣାରେ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ନାୟକ(୨୮)ଙ୍କୁ ବ୍ଳକ କାର୍ଯ୍ୟାଳୟ ପରିସରରୁ ଗିରଫ କରାଯାଇଛି । ‌ସେ ଗତ ପ୍ରାୟ ଏକ ବର୍ଷ ଧରି ଦାରୁଭଦ୍ରା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ ।

ଅଭିଯୁକ୍ତ ଜଣକ ଭଞ୍ଜନଗର ଥାନା କବିର ସାହିର ବାସିନ୍ଦା ହୋଇଥିଲା ବେଳେ ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ଭଡ଼ାଘରେ ରହୁଥିଲେ। ସେଠାରୁ ପଞ୍ଚାୟତର ବ୍ୟାଙ୍କ୍ ପାସ୍ ବୁକ୍ ଓ ଅନ୍ୟାନ୍ୟ ନଥିପତ୍ର/ ଦଲିଲକୁ ପୁଲିସ ଜବତ କରିଛି। ଗିରଫ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପ୍ରାଥମିକ ଅନୁସନ୍ଧାନରୁ ୧୨.୩ ଲକ୍ଷ ଟଙ୍କା ହେରଫେର ହୋଇଥିବା ଜଣାପଡିଥିବା ବେଳେ ଘଟଣାର ତଦନ୍ତ ଚାଲିଛି ଆଗାମୀ ଦିନରେ ଅଧିକ ଅର୍ଥ ରାଶି ହେରଫେର ହୋଇଥିବା ବିଡ଼ିଓ ସନ୍ଦେହ ପ୍ରକାଶ କରିଛନ୍ତି ।

ଘଟଣା ପରେ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ନେଇ ବିଡ଼ିଓ ସାଗରୀକା ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅର୍ଥ ହେରଫେର ମାମଲାରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ ହେବା ଘଟଣା ହିଞ୍ଜିଳି ବ୍ଲକରେ ପ୍ରଥମ ବୋଲି ଜଣାପଡ଼ିଛି । ଅନ୍ୟ ପକ୍ଷରେ ଅର୍ଥ ହେରଫେର ଘଟଣାରେ କେବଳ ସମ୍ପୃକ୍ତ ପିଇଓଙ୍କ ସମ୍ପୃକ୍ତି ରହିଛି ନା ଅନ୍ୟ କେଉଁ ଅଦୃଶ୍ୟ ଶକ୍ତି ମାନଙ୍କ ହାତ ରହିଛି ତାହା ବି ପୁଲିସର ତଦନ୍ତ ପରିସରଭୁକ୍ତ ହେବା ଆଵଶ୍ୟକତା ରହିଛି । ପୁଲିସ ସବୁ ଦିଗରୁ ଅଧିକ ଖୋଳତାଡ଼ କଲେ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

June 7, 2026
ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

June 7, 2026
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା

June 7, 2026
ପ୍ରଚଣ୍ଡ ଗ୍ରୀଷ୍ମରେ ମାନବିକତାର ନିଆରା ଦୃଷ୍ଟାନ୍ତ : “ଦି କୋର୍ ଫୋର୍”ର ମହାନ ସେବା

Young Hearts, Big Impact : “The Core Four” Spread Kindness Amid the Summer Heat

June 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

June 7, 2026
ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସକୁ ପୁନଃବିକାଶ କରିବ ବିଡିଏ

June 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version