No Result
View All Result
ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଆଗକୁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥୂବା ବେଳେ ଳେ ତା ପୂର୍ବରୁ ତୃଣମୂଳ ସ୍ତରରେ ଗଜପତି ବିଜେଡିକୁ ଏକ ବଡ଼ ଶକ୍ତି ଝ ଝଟକା ଲାଗିଛି। ଜିଲ୍ଲାର କାଶୀନଗର ବ୍ଲକ ସମେତ ଗୋଷାଣୀ ଓ ଗୁମ୍ମା ବ୍ଲକର ନ ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ଦ ସଦସ୍ୟା ଏବଂ ଶତାଧିକ କର୍ମୀ ବିଜ ଜନତା ଦଳ ଦଳ ବିଜେଡି ଛାଡ଼ି ବିଧୂବଦ୍ଧ ବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି ।

କାଶୀନଗର ଜୋନ୍ ନଂ ୧ର ଜିଲ୍ଲା ପରିଷଦ ପରିଷଦ ସଦସ୍ଯା ରକମ ରାଜଲକ୍ଷ୍ମୀ ବିଧୂବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଗୋଷାଣ ବ୍ଳକ ଅନ୍ତର୍ଗତ ଲିଙ୍ଗପୁର ଗ୍ରାମ୍ ଠାରେ ଏକ ବିଶାଳ ଭାବେ ଆୟୋଜିତ ମିଶ୍ରଣ ପର୍ବରେ ସେ ତାଙ୍କ ସମର୍ଥକ ମାନଙ୍କୁ ନେଇ ପଦ୍ମ ଶିବିରରେ ଯୋଗ ଦେଇଥୂବା ବେଳେ ବିଜେପିର ବରିଷ୍ଠ ନେତା ତାଙ୍କୁ ସ୍ବାଗତ କରିଛନ୍ତି।ଏହି ଅବସରରେ ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ୟା ରାଜଲକ୍ଷ୍ମୀ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ’ଙ୍କ ସୁଶାସନ ତାଙ୍କୁ ଆକୃଷ୍ଟ କରିଛି, ତେଣୁ ସେ ବିଜେଡି ଛାଡ଼ି ବିଜେପି ରେ ଯୋଗ ଦେଲେ ।
ଆଗାମୀ ସମୟରେ ପ୍ରଧାନମନ୍ତ୍ରୀ ହାତକୁ ଦୃଢ କରିବା ସହ ଭାରତୀୟ ଜନତା ପାର୍ଟିର ବିକାଶର ଗାଥାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି କହିଛନ୍ତି । ଏହି ମିଶ୍ରଣ କାର୍ଯକ୍ରମ ବେଳେ ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବର, ରାଜ୍ୟ ପ୍ରମୁଖ ନେତା ଅମିୟ ମହାପାତ୍ର, ବିଜେପି ରାଜ୍ୟ ଉପ ସଭାପତି ଶ୍ରୀ କେ: ନାରାୟଣ ରାଓ’ଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଯୁବ ନେତା ସାନପାଲା କିରଣ, ବରିଷ୍ଠ ନେତା ସି.ଏଚ.ସୀମାଦ୍ରୀ, ଯୁବ ନେତା କେ: ଜୀବନ ସହ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ସମସ୍ତ ମଣ୍ଡଳ ସଭାପତି ଓ ଯୁବ ସଭାପତି, ନଗର ସଭାପତି ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ l

No Result
View All Result