ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗଜପତି ଜିଲ୍ଲାରେ ଏକ ଚାଉଳ ବୋଝେଇ ଟ୍ରକ ସହ ଏକ ମୋଟର ସାଇକେଲର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି. ଏହି ଜିଲ୍ଲାର ଖଜୁରୀପଦା ଫାଣ୍ଡି ଅଧୀନରେ ଥିବା ତିତିସିଂ ଗ୍ରାମ ନିକଟରେ.ଏହି ଘଟଣାଟି ଆଜି ଘଟିଛି. ସୂଚନା ପ୍ରକାରେ ଟ୍ରକଟି ଗଜପତି ଜିଲ୍ଲାର ଗାରାବନ୍ଧ ଗ୍ରାମ ଠାରୁ ଚାଉଳ ବୋଝେଇ ଲୁହାଗୁଡ଼ି ଗ୍ରାମକୁ ଯାଉଥିବା ବେଳେ ଅପରପକ୍ଷରୁ ଏକ ହୋଣ୍ଡା ମଟର ସାଇକେଲ ଜୋରରେ ଧକ୍କା ଦେଇଥିଲା.















