No Result
View All Result
ବଲାଙ୍ଗୀର ଜିଲ୍ଲା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଇମାମ ସାହେବ ହାଜି ହାଫିଜ୍ ତବାରକ ଖାନ ଙ୍କ ନେତୃତ୍ୱରେ ଈଦ ନମାଜ ପାଠ କରାଯାଇଥିଲା । ମୌଲାନା ଆମିରୁଲ ହାସନ ଙ୍କ ଦ୍ୱାରା ତକବୀର ପାଠ କରାଯାଇଥିଲା, ତା’ପରେ ଈଦର ଖୁତବା ଦିଆଯାଇଥିଲା । ନମାଜ ପରେ, ସମସ୍ତ ବିଶ୍ୱାସୀମାନେ ଆଲ୍ଲାହଙ୍କ ସମ୍ମୁଖରେ ଏକତ୍ର ଛିଡା ହୋଇ ପ୍ରାର୍ଥନା କରିଥିଲେ ଏବଂ ତା’ପରେ-ଇଦ ମୁବାରକ ର ଶୁଭେଚ୍ଛା ଜଣାଇଥିଲେ ।

ଜମାତର ବରିଷ୍ଠ ସଦସ୍ୟ ତଥା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା l ହାଜି ଅବଦୁଲ ଜବ୍ବାର ପରମାର, ହାଜି ଅବଦୁଲ ରହମାନ ପରମାର, ଏମ ଡି ସବୀର ଖାନ, ଅବଦୁଲ ରଫିକ୍ (ସଜୁ), ଡକ୍ଟର ଏମ ଡି ଅମଜଦ ଖାନ, ହାଜି ଏମ ଡି ଇମ୍ରାନ ଖାନ, ହାଜି ମନସୁର ମେମନ,
ଅବଦୁଲ ତାହିର, ଅନୱର ଖାନ, ସେଖ ସମିର, ଅବଦୁଲ ନିଜାମ, ମହମ୍ମଦ ଶହବାଜ ଖାନ, ସେଖ ଅମଜଦ, ସେଖ ଅନୱର, ଏମ ଡି ପରୱେଜ ଖାନ, ରହୀମ ମନିହାର, ଏମ ଡି ଜାୱେଦ, ଆରିଫ ମହମ୍ମଦ ଏବଂ ଆହୁରି ଅନେକ ମୁସଲମାନ ଭାଇ ଏକାଠି ହୋଇଥିଲେ ।

No Result
View All Result