No Result
View All Result

ରଣପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରଣପୁର ନିର୍ବାଚନ ମଣ୍ଡଳୀର ବିଜେଡି ନେତା ତଥା ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ତତ୍ୱାବଧାନରେ ଦଳର ମହିଳା କର୍ମୀ ମାନଙ୍କୁ ନେଇ ସୋମବାର ପୂର୍ବାହ୍ନରେ ନାରୀ ଅଧିକାର ଅଭିଯାନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l

ହଜାର ହଜାର ମହିଳା ବିଜେଡି କର୍ମୀ ମାନଙ୍କୁ ନେଇ ରଣପୁର ବସଷ୍ଟାଣ୍ଡ ଠାରୁ ଏକ ପଦଯାତ୍ରା ବାହାରି ଶାସକ ବିଜେପି ସରକାର ବିରୋଧରେ ବିଭିର୍ଣ୍ଣ ନାରା ଦେଇ ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ l ସ୍ବର୍ଗତ ବିଜୁ ବାବୁ ନାରୀମାନଙ୍କୁ ସଶକ୍ତ କରିବା ଉଦେଶ୍ୟରେ ପଞ୍ଚାୟତରାଜ ବ୍ୟବସ୍ଥା ଠାରୁ ସରକାରୀ ଚାକିରୀ କ୍ଷେତ୍ରରେ ୩୩% ମହିଳାଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ l

ପରେ ନବୀନ ବାବୁଙ୍କ ସରକାରରେ ପଞ୍ଚାୟତରାଜ ଓ ପୌର ସଂସ୍ଥାରେ ମହିଳା ସଂରକ୍ଷଣକୁ ୫୦%କୁ ଵୃଦ୍ଧି କରାଯାଇଥିଲେ l ଏପରିକି ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନରେ ୩୩% ମହିଳାଙ୍କୁ ଦଳ ତରଫରୁ ଟିକେଟ ଦିଆଯାଇଥିଲେ l ପାର୍ଲ୍ୟାମେଣ୍ଟରେ ମହିଳା ସଂରକ୍ଷଣ ବିଲ ୨୦୨୩କୁ ବିଜେଡି ଦଳତରଫରୁ ନିସର୍ତ ସମର୍ଥନ କରାଯାଇଥିଲେ l

ବିଜେପି ସରକାର ମହିଳା ମାନଙ୍କୁ ୩୩%ସଂରକ୍ଷଣ ଦେବାରେ ବିଫଳ ହେବାସହ ଦୁଇ ବର୍ଷ ମଧ୍ୟରେ ନାରୀ ନିର୍ଯ୍ୟାତନା ନିୟନ୍ତ୍ରଣ କରିବାରେ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ନିୟନ୍ତ୍ରଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ ମହିଳା ସଂରକ୍ଷଣ ବିଲ ନାଁରେ ସୀମା ପୁନଃ ନିର୍ଧାରଣ ବିଲକୁ ଲୁକାୟତ ଭାବେ ପାରିତ କରିବାର ଅପଚେଷ୍ଟା ଓ

ହୀନ ଚକ୍ରାନ୍ତ ପ୍ରତିବାଦରେ ଭାରତବର୍ଷର ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରଣପୁର ବିଜେଡି ମହିଳା ସଂଗଠକ ତରଫରୁ ଏକ ଦାବିପତ୍ର ବିଡ଼ିଓ ମନୋଜ କୁମାର ନାୟକଙ୍କ ଜରିଆରେ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ଜିଲ୍ଲାପରିଷଦ ରଜନୀ ରାଣୀ ପଟ୍ଟନାୟକ,

ଗୋଡିପଡା ଜିଲ୍ଲାପରିଷଦ ସଂଯୁକ୍ତା ପଢ଼ିଆରୀ, ସରଣକୁଳ ଜିଲ୍ଲାପରିଷଦ ଚିନ୍ମୟ ଦାଶ, ମହିଳା ବ୍ଲକ ସଭାପତି ନର୍ମଦା ରାୟ, ଏନଏସି ମହିଳା ସଭାପତି ଜୟନ୍ତୀ ମହାରଣା, ମିନତୀ ସାହୁ, ପ୍ରତିଭା ମହାନ୍ତି, ସ୍ମିତା ସିଂ, କ୍ରିଷ୍ଣା ଦାଶ, ପୁଷ୍ପାଞ୍ଜଳି ମିଶ୍ର ସୁମିତ୍ରା ସାହୁ, କମଳାଖି ପ୍ରିୟଦର୍ଶିନୀଙ୍କ ସହ ନିର୍ବାଚିତ ସରପଞ୍ଚ ଓ କାଉନସିଲରଙ୍କ ସହ ହଜାର ହଜାର ମହିଳା କର୍ମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ବାବୁଙ୍କୁ ସମର୍ଥନ ଜଣାଇ ସାମିଲ ହୋଇଥିଲେ l

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ଲକ ସଭାପତି ସଚିକାନ୍ତ ଷଡ଼ଙ୍ଗୀ,ନଗର ସଭାପତି ଲିଙ୍ଗରାଜ ନାୟକ,କିଶୋର ପଟ୍ଟନାୟକ, ଏନଏସି ଉପାଧକ୍ଷ ବିଶ୍ୱରଂଜନ ପଟ୍ଟନାୟକ ଯୁବ ସଂଗଠକ ପ୍ରଫୁଲ୍ଲ ନାୟକ, ତ୍ରିନାଥ ବିଶ୍ୱାଳଙ୍କ ଓ କୈଳାଶ ପ୍ରଧାନଙ୍କ ସହ ସମସ୍ତ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ନିର୍ବାଚତ ପ୍ରତିନିଧି ମାନଙ୍କସହ ପଞ୍ଚାୟତ ସଭାପତି ଓ ଦଳୀୟ କର୍ମୀମାନେ ସହଯୋଗ କରିଥିଲେ l

No Result
View All Result