ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ବିଧାନସଭା ତା.3.1.2020 : – ବିଧାନସଭାରେ ନିବେଦନ ଗୃହ କମିଟିଙ୍କର ଦଶମ ବୈଠକ ଆଜି ବିଧାନସଭା କମିଟି ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ସଭ୍ୟସଭ୍ୟାଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ହୋଇଥିଲା । ପରେ ପରେ ପଞ୍ଚଦଶ ଓ ଷୋଡ଼ଶ ବିଧାନସଭାରେ କରାଇଥିବା ବିଚାରାଧାନ ନିବେଦନଗୁଡ଼ିକ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପଦାଧିକାରୀମାନଙ୍କ ସହିତ ଆଲୋଚନା କରାଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କିଞ୍ଚା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଆଡଠାରୁ କାଙ୍କଡଫେରା, ନେତୁଆଠାରୁ ଆଦିର୍ଗା ଓ ଗୋକୁଣ୍ଡି ହାଟ ପଡ଼ିଆଠାରୁ ଲୁହା ପଡ଼ା ପଠ୍ୟନ୍ତ ପୂର୍ତ୍ତ ରାସ୍ତା ନିର୍ମାଣର ଆବଶ୍ୟକତା ସଂ ପର୍କରେ ଆଲୋଚନା ହୋଇଥିଲା ।
ଏହା ଛଡ଼ା ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲେଫି୍ର ପଡ଼ା ବ୍ଲକ୍ର ମେଗବିରା ଓ ଫୁଟକଣା ମଧ୍ୟରେ ଥିବା ନାଳ ଉ ପରେ ପୋଲ ନିର୍ମାଣ, ପଦ୧⁄୨ ପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଖିମରାଠାରେ ଅଙ୍ଗ ନଦୀ ଉ ପରେ ପୋଲ କିଞ୍ଚା ବିଜୁ ସେତୁ ନିର୍ମାଣ ଓ ଘୁ. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ଏନ୍ବିସିସି, ନୂଆଦିଲ୍ଲୀ କିଞ୍ଚା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣର ଆବଶ୍ୟକତା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ସଂପୃକ୍ତ କମିଟିର ସଦସ୍ୟ ସଦସ୍ୟାଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଉପସ୍ଥିତ ଥି