ବାଲିଗୁଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡ଼ା ପଞ୍ଚାୟତ ର କୁଡକେଲକିଆ ଘାଟି ବୁଲାଣି ରେ ରବିବାର ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ମୃତ ବାଇକ ଚାଳକ କୁଡକେଲକିଆ ଗାଁ ର ବୀରେନ୍ଦ୍ର ମଳିକ ବୋଲି ଜଣାପଡିଛି l ଯୁବକ ଜଣକ ନିଜ ଗାଁ କୁଡକେଲକିଆ ଗାଁ ରୁ ବାଇକ ରେ ମେଲସିକିଆ ଗାଁ କୁ ଯାଉଥିବା ସମୟରେ ଡାକା ଅଭିମୁଖେ ଯାଉଥିବା ସରକାରୀ ମୁଖ୍ୟମନ୍ତ୍ରୀ ବସ ଧକ୍କା ଦେଇଥିଲା l















