ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଭୁବନେଶ୍ୱର :- ବିଶ୍ୱ ପରିବେଶ ଦିବସ ଅବସରରେ କେୟାର ହସ୍ପିଟାଲ୍ର ବରିଷ୍ଠ କନସଲଟାଂଟ୍ ଡକ୍ଟର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ଡକ୍ଟର ଗିରିଧର ଜେନାଙ୍କ ସମେତ ଅଗ୍ରଣୀ କାର୍ଡିଓଲୋଜିଷ୍ଟମାନଙ୍କ ଏକ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ ହୃଦରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଚଳନ୍ତୀ ମହାମାରୀ କାରଣରୁ ଚିକିତ୍ସାରେ ବିଳମ୍ବ କରିବା ଅନୁଚିତ । ଡକ୍ଟର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ଚିଫ୍ କାର୍ଡିଓଲୋଜିଷ୍ଟ୍, କେୟାର ହସ୍ପିଟାଲସ୍, ଭୁବନେଶ୍ୱର କହିଛନ୍ତି ଯେ ହୃଦରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନେ ଶାରିରୀକ, ମାନସିକ ଭାବେ ନିଜର ଅଧିକ ଯତ୍ନ ନେବା ଦରକାର ଏବଂ ଭୂତାଣୁ ଦ୍ୱାରା ସଂକ୍ରମିତ ହେବାରୁ ନିଜକୁ ବଂଚାଇବା ଲାଗି ପ୍ରୋଟୋକଲ୍ ମାନି ଚଳିବା ଦରକାର । ଡକ୍ଟର ତ୍ରିପାଠୀ କହିଛନ୍ତି ଯେ, “ଭିତରେ ବ୍ୟାୟାମ କରିବ, ଯୋଗ ଅଭ୍ୟାସ, ସୁସ୍ଥକର ଖାଇବା, ଶୋଇବା, ଔଷଧ ନିୟମିତ ଖାଇବା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତ୍ୱ ମାନି ଚଳିବା ଏବଂ ସକାରାତ୍ମକ ମନୋଭାବ ରଖିବା ଦ୍ୱାରା ହୃଦରୋଗୀମାନେ ନିଜକୁ ସୁସ୍ଥ ରଖିପାରିବେ ଏବଂ କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ହେବାରୁ ନିଜକୁ ସୁରକ୍ଷା ଦେଇପାରିବେ ।’’ ମାତ୍ର, ତଥ୍ୟରୁ ଏହା ଜଣାପଡ଼ୁଛି ଯେ ଭାରତ ସମେତ ସାରା ବିଶ୍ୱର ହସ୍ପିଟାଲ୍ଗୁଡ଼ିକରେ ଜଟିଳ ଦୃହଘାତ ଥିବା ଇନ୍-ପେସେଂଟ୍ (ଆନ୍ତଃ ରୋଗୀ)ଙ୍କ ସଂଖ୍ୟା ପ୍ରାୟ ୫୦% ହ୍ରାସ ପାଇଛି, ଏହା ଏଭଳି ଏକ ଜଟିଳ ମେଡିକାଲ୍ ସମସ୍ୟା ଯେଉଁଥିପାଇଁ ଜୀବନ ରକ୍ଷାକାରୀ ଚିକିତ୍ସା ଦରକାର ।
ଏହି ସ୍ଥିତି ବିଷୟରେ ବର୍ଣ୍ଣନା କରି ଡକ୍ଟର ଗିରିଧର ଜେନା, ଇଟଂରଭେନ୍ସନାଲ୍ କାର୍ଡିଓଲୋଜିଷ୍ଟ୍ , କେୟାର ହସ୍ପିଟାଲସ୍, ଭୁବନେଶ୍ୱର କହିଛନ୍ତି ଯେ, “କୋଭିଡ୍-୧୯ ମହାମାରୀ ଆରମ୍ଭ ହେବା ଦିନ ଠାରୁ ହୃଦ ଓ ତତ୍ ସଂକ୍ରାନ୍ତୀୟ ରୋଗରେ ପୀଡ଼ିତ ଥିବା ପ୍ରାୟ ଅଧା ରୋଗୀ ମେଡିକାଲ୍ ଚିକିତ୍ସା ପାଇବାକୁ କଷ୍ଟକର ଅନୁଭବ କରୁଛନ୍ତି । ହସପିଟାଲ୍ରେ ଭର୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ହୃଦଘାତ ଯୋଗୁଁ ଘରେ ରହି ମୃତ୍ୟୁମୁଖରେ ପଡ଼ୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।’’ “ସବୁଠୁ ବଡ଼ ଚିନ୍ତାର କାରଣ ହେଉଛି ଗମ୍ଭୀର ହୃଦ ସମସ୍ୟା ସତ୍ୱେ ରୋଗୀମାନେ ଚିକିତ୍ସାରେ ବିଳମ୍ବ କରୁଛନ୍ତି ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଆହୁରି ବିଗାଡ଼ି ଦେଉଛି ।’’, ବୋଲି ସେ କହିଛନ୍ତି । ଚିକିତ୍ସା ଏଡ଼ାଇବା କିମ୍ବା ବିଳମ୍ବ କରିବା ଦ୍ୱାରା କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ବଢ଼ିଯାଏ ଏବଂ ସ୍ୱାସ୍ଥ୍ୟାବସ୍ଥାରେ ତାହା ଆହୁରି ଅବନତି ଆଣିଥାଏ । ତେଣୁ ଏହା ଉପରେ ଗୁରୁତ୍ୱାରୋପ କରିବା ଜରୁରୀ ଯେ ହୃଦରୋଗରେ ପୀଡ଼ିତ ଥିବା ଲୋକମାନେ ଚିକିତ୍ସାରେ ଆଉ ବିଳମ୍ବ କରିବା ଅନୁଚିତ । କେୟାର ହସ୍ପିଟାଲସ୍ରେ ଆମ ରୋଗୀ ମାନଙ୍କ ଯତ୍ନକୁ ଆମେ ସର୍ବାଧିକ ଅଗ୍ରାଧିକାର ଦେଉଛୁ ଏବଂ ସୁରକ୍ଷା ଓ ଉତମ ସ୍ୱାସ୍ଥ୍ୟ ବଜାୟ ରଖିବା ଲାଗି ସମସ୍ତ ଆବଶ୍ୟକ ସଂକ୍ରମଣ ନିୟନ୍ତ୍ରଣକୁ ହସ୍ପିଟାଲ୍ ତରଫରୁ ପାଳନ କରାଯାଉଛି ।














