• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଥଖଳା ଚଳଚଞ୍ଚଳ ୩୧ ଦିନରେ ୧୮ ଟି ଅଖ ନିର୍ମାଣ କାର୍ଯ୍ଯ ଆଗେଇ ଛିଲିଛି

Proprietor Abhimanyu Maharana by Proprietor Abhimanyu Maharana
May 23, 2026
in ଓଡ଼ିଶା, ପୁରୀ, ହୋମ୍
0
ରଥଖଳା ଚଳଚଞ୍ଚଳ ୩୧ ଦିନରେ ୧୮ ଟି ଅଖ ନିର୍ମାଣ କାର୍ଯ୍ଯ ଆଗେଇ ଛିଲିଛି
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :-  ଜୁଲାଇ ୧୬ ତାରିଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ବଡଦାଣ୍ଡ ସ୍ଥିତ ରାଜା ନଅର ସମ୍ମୁଖ ରଥଖଳା ଏବେ ଚଳଚଞ୍ଚଳ । ତିନିରଥର ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି । ରଥ ନିର୍ମାଣର ୩୧ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ରଥ କାର୍ଯ୍ଯରେ ନିମଗ୍ନ ରହିଛନ୍ତି । ତିନିରଥର ୪୨ ଗୋଟି ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ତିନିରଥର ଅଖ ନିର୍ମାଣ କାର୍ଯ୍ୟ, ତତ୍ ସହିତ ରଥର ବିଭିନ୍ନ ଅଂଶ ର ନିର୍ମାଣ କାର୍ଯ୍ୟ, ସମସ୍ତ ଅଖ ନିର୍ମାଣ ପରେ ପାଞ୍ଚ ଦଣ୍ଡା ଚଉପଟ ହୋଇ ସେଥିରେ ଉଭୟ ପଟରେ ମୁଂହାଟି ସଂଯୋଗ ହୋଇ ପ୍ରସ୍ତୁତ ହେବ ରଥ ଫ୍ରେମ୍,

ଏହି ଫ୍ରେମ୍ ର ଉଭୟ ପାର୍ଶ୍ୱରେ କୁଡୁକା ଦ୍ଵାର ସଂଯୁକ୍ତ ହେବ ପାର୍ଶ୍ଵଦଣ୍ଡା , ପାଞ୍ଚ ଦଣ୍ଡାର ଆଗ ଏବଂ ପଛରେ ଗରଗରା ପଡ଼ି ଉଠିବ ଚାରି ନାହାକା, ଚାରି ନାହାକା ର ଚତୁର୍ପାର୍ଶ୍ୱରେ ଉଠିବ ଚଉଦ ନାହାକା , ଏହାପରେ ତିନି ରଥର ଭୂଇଁ ସ୍ଥାପନ, ଏହି କ୍ରମରେ ତିନି ରଥ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତିଶୀଳ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ଆରମ୍ଭ ହେଲା ତିନିରଥ ବାକି ୧୮ ଗୋଟି ଅଖ ର ନିର୍ମାଣ କାର୍ଯ୍ୟ । ତିନିରଥର ମୋଟ ୨୧ ଗୋଟି ଅଖ ମଧ୍ୟରୁ ଚକ ଡେରା ନୀତି ପାଇଁ ତିନି ଗୋଟି ଅନୁକୂଳ ଅଖ ନିର୍ମାଣ ଶେଷ ହୋଇଥିଲା ବାକି ତିନି ରଥର ୧୮ ଅଖ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ପୂର୍ବାହ୍ନରେ ତିନିରଥର ମୁଖ୍ୟ ମହାରଣା ସମେତ ସାଥୀ ମହାରଣା ମାନେ ବାକି ଅଖ ଗୁଡ଼ିକର ଉଭୟ ପାର୍ଶ୍ୱ ବାରିଶୀ ରେ ହାଣି ଚଉପଟ ପରେ ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଜାରୀ ରଖିଛନ୍ତି,ଆଜି ରଥ ନିର୍ମାଣ ତଦାରଖ କମିଟି ପ୍ରତିନିଧି ଦଳ ରଥ ଖଳା ବୁଲି ନିର୍ମାଣ କାର୍ଯ୍ୟ ତଦାରଖ ତଥା ଅନୁଧ୍ୟାନ କରିଛନ୍ତି , ତିନିରଥର ଅଖ ଗୁଡିକୁ ଅନୁଧ୍ୟାନ କରି ଅଖ ନିର୍ମାଣ ପାଇଁ ରହିଥିବା କାଠର ଉଭୟ ପାର୍ଶ୍ଵ ର ଗଣ୍ଠି ତଥା ଗର୍ତ୍ତ ଥିବା ଅଖ କାଠ କୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ।

ବିନ୍ଧ ଅନୁକୂଳ ପୂଜା ସହ ତିନିରଥ ଭୂଇଁଚଉତା ରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ତିନିରଥର ୧୨ ଟି ଲେଖାଏଁ ଚଉପଟ ଭୂଇଁ ଚଉତା ର ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ସାଥୀ ମହାରଣା ସେବକ ମାନେ ଭୂଇଁ ଚଉତା ରେ ୪ ଟି ଲେଖାଏଁ ପାଖୁଡ଼ା ବିନ୍ଧ ସହ ଦୁଇ ପାର୍ଶ୍ୱରେ ଗୋଟିଏ ଗୋଟିଏ ଖମ୍ବୀ ବିନ୍ଧ କାର୍ଯ୍ୟ ଜାରୀ ରଖିଛନ୍ତି । ତିନିରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ଗରଗରା ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଗରଗରା କାଠ ର ତିନି ପାର୍ଶ୍ୱ ଚଉପଟ ଶେଷ ହୋଇ ଆଉ ଗୋଟିଏ ପାର୍ଶ୍ୱରେ ଚଉପଟ କାର୍ଯ୍ୟ ଜାରୀ ରହିଛି।ରଥ ଖଳା ପାର୍ଶ୍ୱରେ ନିର୍ମିତ ସ୍ୱତନ୍ତ୍ର ଚାଳୀରେ କରତି ସେବକ ମାନେ ତାଳଧ୍ଵଜ ରଥର ପୋଲ ଗୟଳ ଚିରଟ ପୂର୍ବରୁ ଉକ୍ତ ୪୦ ଫୁଟିଆ ପୋଲ ଗୟଳ ଧାଉରା କାଠ ର ଉଭୟ ପାର୍ଶ୍ୱ କୁ ବାରିସୀ ରେ ହାଣି ସମତଳ କାର୍ଯ୍ୟ ବା ଚିତା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା କାଲି ଠାରୁ ପୋଲ ଗୟଳ ର ଚିରଟ କାର୍ଯ୍ୟ ଆରମ୍ଭ ହେବ।ରୂପକାର ସେବକ ମାନେ ତିନି ରଥର ସାଲ ଗୁଜ ଏବଂ ତୀଖ ଗୁଜ ରେ ସିଂହ ବିରଳ ରୂପ ଖୋଦେଇ ସହ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରୀ ରଖିଛନ୍ତି ।

ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ଦଣ୍ଡା ବିଡିଆ, ଅଗ ପାତେଳି , ବିଡିଆ ଚଉରସ ଦଣ୍ଡା କଣ୍ଟା ନିର୍ମାଣ ସହ ଗରଗରା ପାଇଁ ୨୫ ଏମ୍ ଏମ୍ ର ଅଗ ପାତେଲୀ କଣ୍ଟା, ନିର୍ମାଣ ଜାରୀ ରଖିଛନ୍ତି । ଦୋଳବେଦୀ ଠାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଏବଂ ରଥ ଯାତ୍ରାରେ ମହାପ୍ରଭୁ ଙ୍କ ପୂଜା ନୀତି ପାଇଁ କାଠ ଉପକରଣ ମାନ ନିର୍ମାଣ ଜାରୀ ରଖିଛନ୍ତି ।

ତିନିରଥର ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୭ ଜଣ,କରତୀ ସେବକ ୪ ଜଣ, ରୂପକାର ସେବକ ୨୧ ଜଣ ତିନିରଥ ଓଝା କମାର ସେବକ ୨୦ ଜଣ,ତୁମ୍ବ ବିନ୍ଧ କାରିଗର ୨ ଜଣ ,ପାହି ମହାରଣା ୨ ଜଣ ରଥଖଳା ସହାୟକ (ପାଣି ବାଲା) ୧ ଜଣ ମୋଟ ୨୦୫ ଜଣ ମହାପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଣମାଧ୍ୟମର ସମାଲୋଚନା ପରେ ଚୈତନ୍ୟ ଉଦୟ ହେଲା ବାଚସ୍ପତିଙ୍କର

ଗଣମାଧ୍ୟମର ସମାଲୋଚନା ପରେ ଚୈତନ୍ୟ ଉଦୟ ହେଲା ବାଚସ୍ପତିଙ୍କର

May 23, 2026
୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳର ସରପଞ୍ଚ ପ୍ରାର୍ଥୀ ଚୟନର ଯୋଗ୍ୟତା

୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳର ସରପଞ୍ଚ ପ୍ରାର୍ଥୀ ଚୟନର ଯୋଗ୍ୟତା

May 23, 2026
ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ: ଗୋଟିଏ ଦିନରେ ରେକର୍ଡ ୨୩.୬୦ ଲକ୍ଷ ଆଦାୟ

ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ: ଗୋଟିଏ ଦିନରେ ରେକର୍ଡ ୨୩.୬୦ ଲକ୍ଷ ଆଦାୟ

May 23, 2026
ଖୋର୍ଦ୍ଧାରୋଡ୍ ଇଷ୍ଟକୋଷ୍ଟ ରେଳବାଇ କ୍ରୀଡ଼ା ସଂଘର କ୍ରିକେଟ୍ ଷ୍ଟାଡିୟମଠାରେ ଗ୍ରୀଷ୍ମକାଳୀନ କ୍ରୀଡ଼ା ଶିବିର-୨୦୨୬ ଏବଂ ଡିଜିଟାଲ୍ ଏଲ୍‌ଇଡି କ୍ରିକେଟ୍ ସ୍କୋର ବୋର୍ଡର ଉଦ୍‌ଘାଟନ

ଖୋର୍ଦ୍ଧାରୋଡ୍ ଇଷ୍ଟକୋଷ୍ଟ ରେଳବାଇ କ୍ରୀଡ଼ା ସଂଘର କ୍ରିକେଟ୍ ଷ୍ଟାଡିୟମଠାରେ ଗ୍ରୀଷ୍ମକାଳୀନ କ୍ରୀଡ଼ା ଶିବିର-୨୦୨୬ ଏବଂ ଡିଜିଟାଲ୍ ଏଲ୍‌ଇଡି କ୍ରିକେଟ୍ ସ୍କୋର ବୋର୍ଡର ଉଦ୍‌ଘାଟନ

May 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଣମାଧ୍ୟମର ସମାଲୋଚନା ପରେ ଚୈତନ୍ୟ ଉଦୟ ହେଲା ବାଚସ୍ପତିଙ୍କର

ଗଣମାଧ୍ୟମର ସମାଲୋଚନା ପରେ ଚୈତନ୍ୟ ଉଦୟ ହେଲା ବାଚସ୍ପତିଙ୍କର

May 23, 2026
୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳର ସରପଞ୍ଚ ପ୍ରାର୍ଥୀ ଚୟନର ଯୋଗ୍ୟତା

୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳର ସରପଞ୍ଚ ପ୍ରାର୍ଥୀ ଚୟନର ଯୋଗ୍ୟତା

May 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version