ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଢେଙ୍କାନାଳ :- ଜିଲ୍ଲାରେ ଆଉ ୬୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣେ ମୃତ୍ୟୁବରଣ କରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ପରଜଙ୍ଗ ବ୍ଲକର ୨୩ ଜଣଙ୍କ ମଧ୍ୟରୁ ପିତିରରୁ ୧୦,ଖଣ୍ଡୁଆଳମୁଣ୍ଡାରୁ ୩,ଦମଲରୁ ୨,ଦଦରାଘାଟି, ମାଝିକା, ତଳବେରିଣୀ ,ବାରିହାପୁର, ବଡଝରା, କୁଲେଇ, ମୋହନପସି ଓ ଆମ୍ବ ପଳାସରୁ ଜଣେ ଲେଖାଏଁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସଦର ବ୍ଲକର ୧୪ ଜଣଙ୍କ ମଧ୍ୟରୁ ଆରଦାରୁ ୭ ଏବଂ ରେଗେଡା,ଗେଙ୍ଗୁଟିଆ,ନଢଣ ପୁର,କମନିଙ୍ଗ୍,ସିମିଳିଆ,କାଙ୍କଡପାଳ ଓ ଖମାରରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ଓଡ଼ାପଡ଼ା ବ୍ଲକ ୧୦ ଜଣଙ୍କ ମଧ୍ୟରୁ ଓସ୍ତପାଳ, ଦିନବନ୍ଧୁ ପୁର,ଘଟିପିରି, ନରେନ୍ଦ୍ର ପୁର, କଣ୍ଟା ବଣିଆ,ବାଙ୍ଗୁର୍ ସିଂହ୍,ଶିବପୁର, ଗୁଣ୍ଡିଚା ପଡ଼ା,ସାରିଆ ପଦା ଓ କାଣ୍ଡବିନ୍ଧାରୁ ଜଣେ ଲେଖାଏଁ ଚିହ୍ନଟ ଥିବାବେଳେ ଭୁବନ ବ୍ଲକ ୫ ଜଣଙ୍କ ମଧ୍ୟରୁ ଦୟାଁ ବିଲିରୁ ୨,ନୂଆହତା, ମାର୍ଥାପୁର ଓ କୁନିଡାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ପୌରାଞ୍ଚଳ ୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ମୀନା ବଜାର,ହାଉସିଂ ବୋର୍ଡ କଲୋନୀ, ବାଜିଚୌକ୍, ଶାସନ ଛକ, ସିମିଳିଆ ଓ କାରିଗର ସାହିରୁ ଜଣେ ଲେଖାଏଁ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ କାମାକ୍ଷାନଗର ବ୍ଲକର ଅଁଳାବେରିଣୀ,ଖଟୁଆହତା,କନ୍ତିଓ ପୁଟସାହି ଓ ସୁକପଦାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ଏବଂ ଗନ୍ଦିଆ ବ୍ଲକ ପୋରୁହ ଖୋଜରୁ ୨,କେନ୍ଦୁପଡାରୁ ଜଣେ, କାମାକ୍ଷାନଗର ଏନ୍ ଏ ସି ରୁ ୨, ହିନ୍ଦୋଳ ବ୍ଲକ
କଳିଙ୍ଗାରୁ ଜଣେ ଓ କଙ୍କଡ଼ାହାଡ଼ ବ୍ଲକ ଗତରେଇ ରୁ ଜଣେ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନେ ରହୁଥିବା ସ୍ଥାନକୁ ବିଶୋଧନ କରାଯାଇଛି। ଢେଙ୍କାନାଳ ପୌରାଞ୍ଚଳ ଟାଉନ୍ ପ୍ଲାନିଙ୍ଗ୍ ଅଞ୍ଚଳର ୬୧ ବର୍ଷୀୟ ପୁରୁଷ ବ୍ୟକ୍ତି କରୋନା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସେ କଫ, ଶ୍ଵାସ,ଫୁସଫୁସ୍ ଓ ନିମୋନିଆ ଜନିତ ରୋଗରେ ପୀଡିତ ହୋଇ କଟକ ଅଶ୍ଵିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କର ମୃତ୍ୟକୁ ଷ୍ଟେଟ୍ ଡେଥ୍ ଅଡିଟ୍ ଟିମ୍ କରୋନା ଜନିତ ମୃତ୍ୟୁ ଘୋଷଣା କରିଛନ୍ତିି ।
ଏମାନଙ୍କ ମଧ୍ୟରୁ ୫୫ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୧୩ ଜଣ ସ୍ଥାନୀୟ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ଜଣେ ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆଜି ଆଉ ୪୪ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୩୫୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୨୬ ଜଣ ଚିକିତ୍ସାଧୀନ ଥିବାବେଳେ ୫ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )