ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ପଦ୍ମପୁର :- ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ ପ୍ରକୃତ ମୃତ୍ୟୁ ହାର ପ୍ରକାଶ କରୁନଥିବାର ଜଣା ପଡୁଛି। ହେଲେ ଅନ୍ୟପଟେ ଲୋକଙ୍କ ହିତ ପାଇଁ ବିଭିନ୍ନ ସ୍ଥାନରେ ଅନୁଷ୍ଠାନ ମାନଙ୍କ ଦ୍ୱାରା ସଟଡାଉନ ସହ ନିଜ ସହର କୁ ସାନିଟାଇଜ ଏବଂ ଘର ଘର ଯାଇ ଟେଷ୍ଟିଂ କରା ଚାଲିଛି । ପଦ୍ମପୁର ରେ ମଧ୍ୟ ମର୍ଚେଣ୍ଟ ଏସୋସିଏସନ, ନାଗରିକ କମିଟି ସହ ଅଞ୍ଚଳରେ ଥିବା ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କ ସହ ଆଲୋଚନା ପରେ ସାନ୍ଧ୍ୟ ୦୬ ଘଟିକା ଯାଏ ମାର୍କେଟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ ବର୍ତ୍ତମାନର ପରିସ୍ଥିତି ଏବଂ ଆକ୍ରାନ୍ତ ସଂଖ୍ୟା କୁ ଦୃଷ୍ଟି ରେ ରଖି ମାର୍ଚେଣ୍ଟ ଏସୋସିଏସନ ଏବଂ ନାଗରିକ କମିଟି ତରଫରୁ ପଦ୍ମପୁର ଉପ-ଜିଲ୍ଲାପାଳ ଙ୍କୁ ୦୭ ଦିନ ସଟଡାଉନ ପାଇଁ ଅନୁମତି ପାଇଁ ଦାବିପତ୍ର ଦିଆଯାଇଥିଲା ।

ହେଲେ କେନ୍ଦ୍ର ସରକାର ଙ୍କ ଗାଇଡ଼ଲାଇନ ଅନୁଯାୟୀ ପ୍ରଶାସନ ସଟଡାଉନ ପାଇଁ ଅନୁମତି ଦେଇ ପାରିବେ ନାହିଁ ବୋଲି ନିୟମ ଥିବା ବେଳେ ଓକିଲ ସଂଘ, ମାର୍ଚେଣ୍ଟ ଏସୋସିଏସନ, ଏବଂ ନାଗରିକ କମିଟି ତରଫରୁ ପଦ୍ମପୁର ଜନସାଧାରଣ ଙ୍କୁ ସ୍ବେଚ୍ଛାକୃତ ଭାବେ ଆସନ୍ତା ତା.୨୯.୦୯.୨୦୨୦ ଠାରୁ ତା.୦୫.୧୦.୨୦୨୦ ପର୍ଯ୍ୟନ୍ତ ଜରୁରୁ ସେବା ଯଥା ଔଷଧ, ସାର, କ୍ଷୀର ଦୋକାନ ସହ ଅନଲାଇନ ଚାଲିଥିବା ଏଡ଼ମିଶନ ଯୋଗୁ କମ୍ପୁଟର ଦୋକାନ ଛଡା ଅନ୍ୟାନ୍ୟ ସମସ୍ତ ଦୋକାନ ବାଜାର ବନ୍ଦ ରଖିବା ପାଇଁ ଅନୁରୋଧ କରାଯାଇଛି । ଏହାଦ୍ୱାରା କିନ୍ତୁ ସାନ୍ଧ୍ୟ ସମୟରେ ନିଜର ବ୍ୟବସାୟ କରୁଥିବା ଉଠାଦୋକାନୀ ଏବଂ ଠେଲା ଵାଲାଙ୍କର ବହୁ ଅସୁବିଧା ହେବ ବୋଲି ସେମାନେ ପ୍ରକାଶ କରୁଥିବା ବେଳେ ନିଜର ଏବଂ ସମାଜର ହିତ ପାଇଁ କିନ୍ତୁ ସେମାନେ ମଧ୍ୟ ଯଥା ସମ୍ଭବ ସହଯୋଗ କରିବେ ବୋଲି କହିଥିବା ବେଳେ କିଛି ଠେଲା ବ୍ୟବସାୟୀ କିନ୍ତୁ ପ୍ରକାଶ କରିଛନ୍ତି ଯେ ଯଦି କେହି ବନ୍ଦ ରେ ଦୋକାନ ଖୋଲନ୍ତି ବା ବ୍ୟବସାୟ କରନ୍ତି ତେବେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ କରିବାର ଧମକ ଆଲୋଚନା ରେ ଦିଆ ଯାଇଥିବା ର ମଧ୍ୟ ପ୍ରକାଶ କରିଛନ୍ତି ।

ତେବେ ବର୍ତ୍ତମାନ ଏହା କେତେ ଦୂର ଯୁକ୍ତି ଯୁକ୍ତ ?, ସଟଡାଉନ ରେ ସହର କୁ ସାନିଟାଇଜ କି ଘର ଘର ଯାଇ ଟେଷ୍ଟିଂ ର ବ୍ୟବସ୍ଥା କରାଯିବ ନା ଖାଲି ବନ୍ଦ ରଖି ଛାଡି ଦିଆଯିବ ? ପନିପରିବା କଣ ଦୟୀନୀକ ଜରୁରୀ ସାମଗ୍ରୀ ନୁହଁ ? ଯୋଉ ଦିନ ମଜୁରିଆ ମନେ ପ୍ରତିଦିନ ଖଟି ପ୍ରତିଦିନ କିଣି ଘର ଚଳାଇଥାନ୍ତି ତାଙ୍କ ପାଇଁ ବ୍ୟବସ୍ଥା କଣ ? ଭଳି ପ୍ରଶ୍ନ ଲୋକଙ୍କ ମନରେ ଥିବା ବେଳେ କୌଣସି ବ୍ୟକ୍ତି କିନ୍ତି ସଠିକ ଉତ୍ତର ଦେବାରେ ଅସମର୍ଥ ଏବଂ ଯଦି ଏହି ସବୁ ଜିନିଷ ପ୍ରତି ଭାବ ବିଚାର ନ କରି କେଵଳ ଲୋକ ଦେଖାଣିଆ ଭଳି ସଟଡାଉନ ଆହ୍ୱାନ କରାଯାଉଛି ତେବେ ଏହା କାହା ସ୍ୱାର୍ଥ ପାଇଁ ଏବଂ କାହା ଇଙ୍ଗିତରେ ହଉନି ତ ବୋଲି ଜନସାଧାରଣ ଙ୍କ ମନରେ ଚର୍ଚା ହେଉଛି । ଅନ୍ୟପଟେ କୌଣସି ପ୍ରଶାସନିକ ନିୟମ ନଥିବା ବେଳେ କୋଉ ହିସାବରେ ଫଇନ ପାଇଁ ଧମକ ଦିଆ ଯାଇଛି ତାହା ସବୁଠୁ ବଡ଼ ପ୍ରଶ୍ନ । (ରିପୋର୍ଟ – ନିରୋଜ କୁମାର ପାଣୀ)














