ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ବରଗଡ଼ :- ବରଗଡ଼ ସଦର ଥାନା ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ଉ,୮ ଜୁଆଡି ସହ ନଗଦ ଟଙ୍କା ଜବତ ବରଗଡ଼: ବରଗଡ଼ ଜିଲ୍ଲା ସଦର ଥାନା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଆଜି ବୁଧିଆପାଲି ଗ୍ରାମ ରେ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ସେଠାରୁ ୮ଜଣ ଯୁଆଡିଙ୍କୁ ଗିରଫ କରିଥିଲେ। ତାଙ୍କ ଠାରୁ ଜୁଆ ଖେଳ ସାମଗ୍ରୀ ଓ ନଗଦ ୧୫ ହଜାର ୮୧୦ ଟଙ୍କା ଜବତ କରିଥିଲେ। କେଶ ନ. ୨୭୭-୨୦୨୦ ରେ ମାମଲା ରୁଜ୍ଜୁ କରିଥିବା ଥାନାଧିକାରୀ ଦିଲ୍ଲୀପ କୁମାର ବେହେରା ସୂଚନା ଦେଇଥିଲେ। ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)













