ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ଗଞ୍ଜେଇ ବିରୋଧୀ ଅଭିଯାନରେ ଆଉ ଏକ ସଫଳତା ମିଳିଛି । ବିଶ୍ୱସନୀୟ ସୂଚନା ଆଧାରରେ ବାଲିଗୁଡା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ୮୧ କେଜି ଗଞ୍ଜେଇ ସହ ଏକ ସ୍କର୍ପିଓ ଗାଡି ଜବତ କରିଥିବା ବେଳେ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଦାଣ୍ଡାଶାସି ଅଞ୍ଚଳ ର ଲୋକନାଥ ରାଉତ (୩୪) ଏବଂ ଦେବ ପ୍ରସାଦ ସ୍ୱାଇଁ (୩୭) ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।















