ବାଲିଗୁଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗ ଦ୍ଵାରା ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛନ୍ତି | ସୂଚନା ପ୍ରକାରେ ବାଲିଗୁଡା ବନାଞ୍ଚଳ କାର୍ଯ୍ୟାଳୟର କର୍ମଚାରୀ ମାନେ ଢାକା ଜଙ୍ଗଲରେ ରାତି ପେଟ୍ରୋଲିଙ୍ଗ କରିବା ସମୟରେ ଦୁଇ ଜଣ ଯୁବକ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ଜନ୍ତୁଙ୍କୁ ଶିକାର କରିବାକୁ ପ୍ରସ୍ତୁତ ହେଉଥିଲେ |















