କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରାଜ୍ୟ ତଥା ଜାତୀୟ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା , ରାମଚନ୍ଦ୍ରପୁର ଠାର ଜିଆରପି କନେଷ୍ଟବଳ ସୌମ୍ୟରଂଜନ ସ୍ବାଇଁଙ୍କୁ ପୋଲିସ ଉପସ୍ଥିତିରେ ଯେପରି ଅମାନୁଷିକ ଭାବେ ପିଟି ପିଟି ହତ୍ୟା କରାଗଲା ତାହା ରାଜ୍ୟବାସୀଙ୍କୁ ମର୍ମାହତ କରିଛି । ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା, ଏବଂ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଫୁଲନଖରା – ନିଆଳି ୬୦ ନମ୍ୱର ରାଜ୍ୟ ରାଜପଥକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଥିଲେ,

ଆଜି ମଧ୍ଯ ସନ୍ଧ୍ୟାରେ ଗ୍ରାମର ଶହ ଶହ ଲୋକେ ହାତରେ କ୍ୟାଣ୍ଡଲ ଧରି ତୁରନ୍ତ ନ୍ୟାୟ ପ୍ରଦାନ ଦାବୀରେ ମୃତ ସୌମ୍ୟଙ୍କ ନିଜ ଗ୍ରାମ ମଉଜପୁର ଗାଁ ଠାରୁ ଏକ ଶୋଭା ଯାତ୍ରାରେ ବାହାରି ଅଡ଼ସପୁର ଠାରେ ପହଞ୍ଚିଥିଲେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ କାଲି କ୍ରାଇମବ୍ରାଞ୍ଚ ଟିମ୍ ଦ୍ବାରା ଆରମ୍ଭ କରାଯାଇଥିବା ବାଲିଅନ୍ତା ଥାନା, ହତ୍ୟାକାଣ୍ଡ ଘଟଣା ସ୍ଥଳ ରାମଚନ୍ଦ୍ରପୁର, ଏବଂ ସୌମ୍ୟଙ୍କ ସାଙ୍ଗ ଓମ୍ପ୍ରକାଶଙ୍କ ଠାରୁ ସମସ୍ତ ତଦନ୍ତର ବୟାନ ରେକର୍ଡ କରିଛନ୍ତି । ଗ୍ରାଉଣ୍ଡ ଜିରୋର ବିଭିନ୍ନ ସ୍ଥାନରେ ଜୋରଦାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଚଳାଇଛି ।

ଏହି ବର୍ବୋରର୍ଚିତ୍ ହତ୍ୟା ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯିବା ସହ ପୋଲିସର ଅବହେଳା ଯୋଗୁଁ ୪ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ, ସହିତ ଦୁଇ ଜଣ ହୋମ ଗାର୍ଡଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି, ଆଉ ମଧ୍ୟ ବାଲିଅନ୍ତା ଥାନା ଆଇଆଇସି ଅନିଲ ପରିଡାଙ୍କୁ ଭୁବନେଶ୍ଵର କାର୍ଯ୍ୟାଳୟକୁ ପଠାଯାଇ ତାଙ୍କ ସ୍ଥାନରେ ବାଲିଅନ୍ତା ଥାନା ଆଇଆଇସି ଭାବେ ରଶ୍ମିତା ବେହେରା ନିଯୁକ୍ତି ଦିଆଯାଇଛି।

ଏଣେ ମୃତ ସୌମ୍ୟ ଙ୍କ ମାଆ କାନ୍ଦି କାନ୍ଦି ବେସାହାରା ହୋଇ ମୋ ପୁଅକୁ ଯେଉଁ ମାନେ ବିଭତ୍ସ ଭାବରେ ହତ୍ୟା କରିଛନ୍ତି, ସେମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାର ପତି ମହୋଦୟଙ୍କୁ ଏହାର ବିଚାର କରି ଫାଶୀଦଣ୍ଡ ପରି ଅତି କଠୋରରୁ କଠୋରତମ ଦଣ୍ଡ ଦେବାକୁ ନିବେଦନ କରିଛନ୍ତି l














