ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଛତ୍ରପୁର :- ଛତ୍ରପୁର ସବଡିବିଜନର ମାଟିଖାଲ ଗ୍ରାମ ଶ୍ରୀରାମଚନ୍ଦ୍ରପୁର ମୌଜାର ଶହ ଶହ ଏକର ଦଳିତଙ୍କ ଜମି IREL କର୍ତ୍ତୃପକ୍ଷ ଜବରଦଖଲ କରିଥିବା ସଙ୍ଗିନ ଅଭିଯୋଗ ଆସିଛି । ଆଜି ମlଟିଖାଲ ଗ୍ରାମର ଶହଶହ ଦଳିତ ପରିବାର ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେଙ୍କୁ ସାକ୍ଷାତକରି ଏଥିସମ୍ପର୍କରେ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଦୀର୍ଘ ବର୍ଷରୁ IREL ମିଥ୍ୟା ପ୍ରତିଶ୍ରୁତି ଓ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରି ନୀରିହ ଦଳିତ ପରିବାରଙ୍କ ଶହଶହ ଏକର ଜମିକୁ ବଳପୂର୍ବକ ଭାବେ ଅକ୍ତିଆର କରି ରଖିଛି ଏବଂ କିଛି ଜମିକୁ ଅସାଧୁ ଉପାୟରେ କମ୍ପାନୀ ସପକ୍ଷରେ ଜାଲ କାଗଜପତ୍ର ତିଆରି କରିଛି। ଅଶିକ୍ଷିତ ନୀରିହ ଗ୍ରାମବାସୀ ବହୁବର୍ଷରୁ IRELର ଏହି ଜମିହଡପ ଷଡ଼ଯନ୍ତ୍ର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ ବି ସ୍ଥାନୀୟ ପୋଲିସ ସହାୟତାରେ
ଗ୍ରାମବାସୀଙ୍କୁ ଡ଼ରାଇ ଧମକାଇ ନିଜ ଦମନ ପ୍ରକ୍ରିୟା ଚାଲୁରଖିଛି । ସୁଚନାଯୋଗ୍ୟ ଯେ , ପୁରୁଷ ପୁରୁଷାନୁକ୍ରମେ ମାଟିଖାଲର ଏହି ଶହ ଶହ ଦଳିତ ପରିବାର ତାଙ୍କ ନିଜ ଜମି ଗୁଡିକରେ ଚାଷବାସ କରି ପରିବାର ଭରଣପୋଷଣ କରିଆସୁଛନ୍ତି । ଏହିପରି ମାଟିଖାଲ ଗ୍ରାମର ଶଶି ପ୍ରଧlନ ,ପୁନିଆ ପ୍ରଧାନ ,ଝୁନ୍ନା ପ୍ରଧାନ ଦଳିତପରିବାର ଶହ ଶହ ବର୍ଷରୁ ଚାଷବାସ କରି ଜୀବନ ଜୀବିକା ନିର୍ବାହ କରିଆସୁଥିବା ଜମିରେ କିଛିଦିନ ହେଲା ବଳପୂର୍ବକ ଭାବେ IREL ଜେସିପି ଗାଡି ଲଗାଇ ମାଟିଖୋଳା କାମ ଲଗାଇଛି ।ଗ୍ରାମବାସୀ ବାରମ୍ଭାର ମନାକରିବା ସତ୍ୱେ IREL ଜବରଦସ୍ତ କlମକରିବା ଦ୍ଵାରା
ଯେକୋୖଣସି ମୁହୂର୍ତ୍ତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତୁରନ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୁଷ୍ଟିଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ଦଳିତ ପରିବାରବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସମସ୍ତ ମାଟିଖାଲ ଗ୍ରାମବାସୀ ନିଜନିଜ ଦସ୍ତଖତ ସମ୍ବିଳିତ ସ୍ୱାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଛତ୍ରପୁର ସବଡିଭିଜନ କମିଟି ସଭାପତି ଗୁରୁଦେଦ ବେହେରା,ଉଦୟ ପ୍ରଧାନ,ଭଗବାନ ପ୍ରଧାନ ,ଝୁନ୍ନା ପ୍ରଧାନ,ନାରାୟଣ ପ୍ରଧାନ ,ଶଶି ପ୍ରଧାନ,ପୁନିଆ ପ୍ରଧାନ,ଦଣ୍ଡପାଣି ପ୍ରଧାନ,ମନୋଜ ପ୍ରଧାନ,ଦେବରାଜ ପ୍ରଧାନ ,ଅର୍ଜୁନ ପ୍ରଧାନ ପ୍ରମୁଖ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରଛନ୍ତି l ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )