ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଭୁବନେଶ୍ୱର ,ରିପୋର୍ଟ /ସୋନାଲି :- ବିଜୁ ଜନତା ଦଳ ତାର ଦୁଇ ପ୍ରମୁଖ ଛାମୁଆ ସଂଗଠନର ଦୁଇ ସଭାପତି ଚୟନ କରିବାରେ ଏକ ନୂଆ ଧାରା ସୃଷ୍ଟି କରିଛି । ସୁପ୍ରିମୋ ନବୀନ ବାବୁ ପୁଣି ଏକ ମାଷ୍ଟର ଷ୍ଟ୍ରୋକ ଖେଳି ବିରୋଧି ରାଜନୈତିକ ଦଳଗୁଡିକୁ ଚକ୍ମା ଦେଇଛନ୍ତି । ପ୍ରଥମେ କମିଟି ଚୟନ ଓ ପରବର୍ତ୍ତି ସମୟରେ ସଭାପତି ନିଯୁକ୍ତି କରିବା ଏକ ନୂଆ ନଜୀର୍ ଓ ପରମ୍ପରା ସୃଷ୍ଟି କରିଛନ୍ତି । ନବୀନଙ୍କ ଏହି ମାଷ୍ଟର ଫଣ୍ଡା ଏବେ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଏଭଳି ଅପ୍ରତ୍ୟାଶିତ ନିଷ୍ପତି ନେଇ ନବୀନବାବୁ ସାରା ଭାରତରେ ଥିବା ରାଜନୈତିକ ଦଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ଗତାନୁଗତିକ ଧାରା ଓ ପରମ୍ପରାକୁ କବର ଦେଇ ଏକ ନୂଆ ଫଣ୍ଡାରେ ଛାତ୍ର ଓ ଯୁବ ସଂଗଠନ ପୁର୍ନବିନ୍ୟାସ କରାଇଛନ୍ତି । ପୂର୍ବରୁ ପ୍ରଥମେ ସଭାପତି ନିଯୁକ୍ତି କରାଯାଇ ପରେ ରାଜ୍ୟ କମିଟି , ଜିଲ୍ଲା ଓ ଜୋନ ସଭାପତି ମାନଙ୍କୁ ନିଯୁକ୍ତି କରାଯାଉଥିଲା । ଫଳରେ ସଭାପତିମାନେ ସେମାନଙ୍କ ଅନୁଗତ ଓ ସମର୍ଥକ ମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରୁଥିଲେ । ଏହା ଏକ ଭିନ୍ନ ତରିକା ଥିଲା । ହେଲେ ଏହି ଚିରାଚରିତ ଧାରାରେ ନବୀନବାବୁ ଏକ ପୂର୍ଣ୍ଣଛେଦ ଟାଣି ଭିନ୍ନ ପରମ୍ପରାର ମିଶାଲ ତିଆରି କରିଛନ୍ତି । ବିଭିନ୍ନ ବର୍ଗ, ମତ ଓ ଦକ୍ଷତାକୁ ପ୍ରାଧାନ୍ୟ ଦେଇ ପରୀକ୍ଷା ମୂଳକ ଭାବେ ଏହି ଦୁଇ ଛାମୁଆ ସଂଗଠନର ସରଂଚନା ମୋଟାମୋଟି ସଫଳ ହୋଇଛି । ଏଥି ସହିତ ଦଳର ଦୁଇ ଛାମୁଆ ସଂଗଠନର ମହାସଚିବ ପଦବୀରେ ଦୁଇ ଜଣ ମହିଳାଙ୍କୁ ମନୋନୀତ କରିବା ବିଜୁ ଜନତା ଦଳର ମହିଳାମାନଙ୍କ ପ୍ରତି ଥିବା ସମ୍ମାନକୁ ଦ୍ୱିଗୁଣିତ କରିଛି ।
ପୃଥିବୀର ବିଭିନ୍ନ ଦେଶରେ ରାଜନୈତିକ ବିଚାରଧାରା ବଦଳିବାରେ ଲାଗିଛି , ଭାରତରେ ମଧ୍ୟ । ଓଡିଶାରେ ନବୀନବାବୁଙ୍କ କାର୍ଯ୍ୟଧାରା “ism” ତିଆରି କଲାଣି ( ସେ ସମସ୍ତ କଥା ପରବର୍ତୀ ସଂସ୍କରଣରେ ଆସିବ) । ବର୍ତମାନର ନୂଆ ତରିକା ଆଗାମୀ କିଛି ବର୍ଷ ଭିତରେ ଦେଶର ଅନ୍ୟାନ ରାଜନୈତିକ ଦଳ ମଧ୍ୟ ଗ୍ରହଣ କରିବେ । ଏହାର ମୁଖ୍ୟ ବିନ୍ଦୁ – ପ୍ରତ୍ୟେକ କର୍ମକର୍ତା ଦଳ ଦ୍ୱାରା ମନୋନୀତ ତଥା ମୁଖ୍ୟଙ୍କ ଦ୍ୱାରା ନିଯୁକ୍ତ ଏବଂ ସଭାପତିମାନେ ମଧ୍ୟ teamର leader ଭାବରେ ଗୁରୁଦାୟୀତ୍ୱ ପ୍ରାପ୍ତ । ଏଥିରୁ ଅନୁମାନ କରାଯାଉଛି – ଦଳର କାର୍ଯ୍ୟକ୍ରମ ଆହୁରି କ୍ଷୀପ୍ରଗତିରେ ତ୍ୱରାନିତ ହେବ ଏବଂ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିବ ଯାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ।