କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ, କଂସର, ବାଉଁଶ ଟଙ୍ଗୋର,ସରସ୍ୱତୀପୁର ଓ ଖଣ୍ଡୁଆଳି ସଂରକ୍ଷିତ ଜଙ୍ଗଲରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା , କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ,

କଟକ ସଦର ଅବକାରୀ ଥାନା ଏବଂ ଖୁଣ୍ଟୁଣୀ ବନ ବିଭାଗ ର ଏକ ମିଳିତ ଚଡାଉ କରାଯାଇଥିଲା । ଏହି ଚଡାଉରେ ସର୍ବମୋଟ ୨୪୮୫ ଲିଟର ଦେଶୀ ମଦ ସହ ୧୮୪୧୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ଛଅ ଗୋଟି ମାମଲା ରୁଜୁ କରାଯାଇଛି ।

ଏହି ଚଡାଉ ରେ ଉପସ୍ଥିତ ଥିବା ଆଠଗଡ଼ ଅବକାରୀ ନିରୀକ୍ଷକ ଶ୍ରୀ ପଧାନଙ୍କ ସହ ଶ୍ରୀ ବାପି ସାହୁ,ଅବକାରୀ ଉପ- ନିରୀକ୍ଷକ,ବାଙ୍କୀ ଅବକାରୀ ଥାନା, ଅକ୍ଷୟ କୁମାର ଜେନା, ଅବକାରୀ ଉପ ନିରୀକ୍ଷକ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ, କଟକ ସଦର ଅବକାରୀ ଥାନା,ଆଠଗଡ଼ ଅବକାରୀ ଥାନା,ଖୁଣ୍ଟୁଣୀ ବନବିଭାଗଏବଂ ସମସ୍ତ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ।














